ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଏଏସଆଇ

ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ସର୍କଲରେ ଅବକାରୀ ବିଭାଗର ଆସିଷ୍ଟାଂଟ ସବ ଇନ୍ସପେକ୍ଟର ।

୪ଟି ସ୍ଥାନରେ ଏକକାଳୀନ ଚଢାଉ

ଭୁବନେଶ୍ୱର,୭/୯: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ସର୍କଲରେ ଅବକାରୀ ବିଭାଗର ଆସିଷ୍ଟାଂଟ ସବ ଇନ୍ସପେକ୍ଟର । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି । ଅଭିଯୁକ୍ତ ଏଏସଆଇଙ୍କ ନାମ ସୁଦୀପ୍ତ ଦାଶ ବୋଲି ସୂଚନା ମିଳିଛି । ଭିଜିଲାନ୍ସ ଭୁବନେଶ୍ୱର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଂଟ ବଳରେ ୪ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ମିଳିତ ଚଢାଉ ହୋଇଛି । ଆଜି ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାରେ ଥିବା ଶ୍ରୀ ଦାଶଙ୍କ ସହ ଜଡିତ ୪ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି । ନୟାଗଡରେ ଥିବା ଶ୍ରୀ ଦାଶଙ୍କ ଆବାସିକ ଘର, ଭଡା ଘର, ବାଲୁଗାଁରେ ୩ଟି ଭଡାରେ ନେଇଥିବା ଆବାସିକ ଘର ଏବଂ ବାଲୁଗାଁରେ ଥିବା କାର୍ଯ୍ୟାଳୟ ।