ଅବକାରୀ ଏସଆଇଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ

ଅବକାରୀ ସବ୍ ଇନ୍ସପେକ୍ଟରଙ୍କ ଏକ ଆଭ୍ୟନ୍ତରୀଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଛି।

ଅବକାରୀ କମିଶନର ନରସିଂହ ଭୋଳଙ୍କ ଦ୍ୱାରା ଉଦଘାଟନ

କଟକ: ଅବକାରୀ ସବ୍ ଇନ୍ସପେକ୍ଟରଙ୍କ ଏକ ଆଭ୍ୟନ୍ତରୀଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଛି। କଟକ ଅବକାରୀ ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷରେ ଗୁରୁବାର ଅବକାରୀ କମିଶନର ନରସିଂହ ଭୋଳଙ୍କ ଦ୍ୱାରା ଉଦଘାଟନ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅବକାରୀ ବିଭାଗର ୪୮ ଜଣ ସବ୍-ଇନ୍ସପେକ୍ଟର (ଏସ୍ ଆଇ) ଓଡ଼ିଶା ଅବକାରୀ ଆଇନ, ନିୟମ, ଏନଡିପିଏସ୍ ଆଇନ ଓ ନିୟମାବଳୀ, ପ୍ରମୁଖ ଆଇନ, ବୈଷୟିକ ଅବକାରୀ ମାନୁଆଲ୍ ଏବଂ ଆନୁଷଙ୍ଗିକ ବିଷୟ ଉପରେ ପ୍ରଶିକ୍ଷଣ ନେବେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୩୦ ଦିନ ପର୍ଯ୍ୟନ୍ତ ଚାଲିବ। ଅବକାରୀ ସବ୍ ଇନ୍ସପେକ୍ଟରମାନଙ୍କୁ ଆଇପିସି/ ସିଆରପିସି/ ଏନଡିପିଏସ ଆଇନ ଇତ୍ୟାଦି ବ୍ୟତୀତ ଅବକାରୀ ଆଇନ/ ନିୟମ/ ମାନୁଆଲ ଉପରେ ପ୍ରଶିକ୍ଷଣ ଦିଆଯିବ । ଇନ୍ ଡୋର କ୍ଲାସ ସହ ଶାରୀରିକ ପ୍ରଶିକ୍ଷଣ, ଯୋଗ, ବଟଲିଂ ପ୍ଲାଣ୍ଟ/ ବ୍ରୁଅରି/ ଡିଷ୍ଟିଲରୀ ଇତ୍ୟାଦି ଉପରେ ପ୍ରାକ୍ଟିକାଲ ପ୍ରଶିକ୍ଷଣ ପ୍ରଦାନ କରାଯିବ।

ଏହି ଉଦଘାଟନୀ ସମାରୋହରେ ଅବକାରୀ କମିଶନର ଦିବ୍ୟଲୋଚନ ମହାନ୍ତି, ଅବକାରୀ ଡେପୁଟି କମିଶନର ରମା ଚନ୍ଦ୍ର ମିଶ୍ର, ଅବକାରୀ ଉପକମିସନର ରଜତ କୁମାର ପ୍ରହରାଜ, ଆକାଉଣ୍ଟସ ଅଫିସର-କମ-କୋର୍ସ ସଂଯୋଜକ ଦେବଦତ୍ତ ଧଳ ଓ ସମସ୍ତ ରିସୋର୍ସ ପର୍ସନ ଯୋଗ ଦେଇଥିଲେ।