ଜୟନାରାୟଣଙ୍କୁ ଗୋଡାଉଛି ୫-ଟି ଭୟ: ବିଜେଡି

ସୌମ୍ୟ ବିଜେପିକୁ ଗଲେ ଜୟନାରାୟଣ ବୁଡିବେ: ଲେନିନ

ମାନସିକ ରୋଗର ଅଧାପନ୍ତରିଆ ଚିକିତ୍ସା ଯୋଗୁଁ ଏଭଳି ଅବସ୍ଥା

ଭୁବନେଶ୍ୱର, ୦୮/୦୯/୨୦୨୩: ଓଡିଶା ବିଜେପି ନେତା ଶ୍ରୀ ଜୟନାରାୟଣ ମିଶ୍ର ତାଙ୍କ କିଡନୀ ଏବଂ ମାନସିକ ସମସ୍ୟାର ଚିକିତ୍ସା ପାଇଁ ଯାଇଥିଲେ । ତାଙ୍କର କିଡନୀ ଚିକିତ୍ସା ସଫଳ ହୋଇଥିବାବେଳେ ବୋଧହୁଏ ସେ ମାନସିକ ଚିକିତ୍ସାକୁ ଅଧାରେ ଛାଡି ଦେଇଛନ୍ତି । ତେଣୁ ସେ ପୁଣି ଥରେ ପାଗଳ ପରି କଥାବାର୍ତ୍ତା ଆରମ୍ଭ କରିଥିବା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍ ମହାନ୍ତି ।
ଡକ୍ଟର ମହାନ୍ତି ଗଣମାଧ୍ୟମକୁ କହିଛନ୍ତି, ଏଥିରୁ ଜଣାପଡୁଛି ଯେ ୫ଟିର ଭୂତ ଏବେ ବି ତାଙ୍କୁ ଗୋଡାଉଛି ଏବଂ ଯେଉଁଠାରେ ସେ ୫ଟି ଦେଖୁଛନ୍ତି ସେଠାରେ ଖାଲି ୫ଟି ଜପ କରୁଛନ୍ତି । ସେ ଆଜିକାଲି ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପାଇଁ ଜୋରରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।
ଯଦି ଶ୍ରୀ ସୌମ୍ୟ ରଂଜନ ପଟ୍ଟନାୟକ କହିବେ ଯେ, ସେ ବିଜେପିରେ ଯୋଗଦେବେ ତେବେ ଶ୍ରୀ ଜୟନାରାୟଣ ମିଶ୍ର ଗୁରୁତର ଅବସାଦ ଓ ଭୟାତୁର ସ୍ଥିତି ଭିତରକୁ ଠେଲି ହୋଇଯିବେ। କାରଣ ସେ ଭଲଭାବେ ଜାଣନ୍ତି ଯେ, ଶ୍ରୀ ପଟ୍ଟନାୟକ ଓଡିଶା ବିଜେପିରେ ଥିବା ବେଳେ କିଭଳି ସବୁ କାର‌୍ୟ୍ୟ କରିଥିଲେ ।