ସୌରିନ ଭଟ୍ଟଙ୍କ ଆକାଉଂଟ ସିଜ କଲା ପୋଲିସ

ସୌରିନ ଭଟ୍ଟଙ୍କ ବିରୋଧରେ ଆକ୍ସନ ନେଇ ତିନୋଟି ବ୍ୟାଙ୍କ ଆକାଉଂଟ ସିଜ କଲା ପୋଲିସ ।

ଆରମ୍ଭ ହେଲା ଗିରଫଦାରୀ ପ୍ରକ୍ରିୟା

ଭୁବନେଶ୍ୱର,୧୨/୯: ଓଲିଉଡ କଂଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଲାଗିଥିବା ଯୌନ ଶୋଷଣ ମାମଲାରେ କୋଲକାତାର ଦୁଇଟି ବ୍ୟାଙ୍କ ଆକାଉଂଟ ଏବଂ ଓଡିଶାର ଏକ ବ୍ୟାଙ୍କ ଆକାଉଂଟକୁ ସିଜ କରିଛି ପୋଲିସ୍ । ଗତକାଲି କମିଶନରେଟ ପୋଲିସ୍ ଲୁକ ଆଉଟ ସର୍କୁଲାର ଜାରି କରିଥିଲା । ଓଡିଶା ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରିଦେବା ପରେ ସୌରିନଙ୍କ ଗିରଫଦାରୀ ପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏ ନେଇ କଟକ ମହିଳା ପୋଲିସ ସୌରିନଙ୍କୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଛି । ଏ ସମ୍ପର୍କରେ ଜୋନ-୨ ଏସିପି ଅମିତାଭ ମହାପାତ୍ର କହିଛନ୍ତି ଯେ, ସୌରିନଙ୍କ ଜାମିନ ଆବେଦନ ଖାରଜ ହେବା ସଂକ୍ରାନ୍ତରେ ତାଙ୍କୁ ସୂଚନା ମିଳିଛି । ତେଣୁ ଏବେ ତାଙ୍କର ବର୍ତମାନର ସ୍ଥାନ ଠାବ କରି ତାଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ।