ଶିଶୁକୁ ହତ୍ୟା କଲା ମାଆ

ମୟୂରଭଞ୍ଜର ବାଙ୍କିଡିହି ଗାଁରେ ଜଣେ ମହିଳା ନିଜର ଦେଢ ମାସର ଶିଶୁକୁ ହତ୍ୟା କରିଛନ୍ତି ।

ପାରିବାରିକ କଳହରୁ ଅଘଟଣ

ମୟୂରଭଞ୍ଜ,୧୨/୯: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବାଙ୍କିଡିହି ଗାଁରେ ଜଣେ ମହିଳା ନିଜର ଦେଢ ମାସର ଶିଶୁକୁ ହତ୍ୟା କରିଛନ୍ତି । ପାରିବାରିକ କଳହରୁ ଏଭଳି ଅଘଟଣ ଘଟିଥିବାର ସୂଚନା ମିଳିଛି । ସୂଚନାନୁସାରେ, ଉକ୍ତ ଅଭିଯୁକ୍ତାଙ୍କ ନାମ ପାର୍ବତୀ ନାୟକ ହୋଇଥିବା ବେଳେ କୌଣସି କାରଣବଶତଃ ତାଙ୍କ ସ୍ୱାମୀଙ୍କ ସହିତ ଝଗଡା ହୋଇଥିଲା । ତେଣୁ ଉତକ୍ଷିପ୍ତ ହୋଇ ସେ ତାଙ୍କ ଶିଶୁପୁତ୍ରକୁ ନେଇ ଏକ କେନାଲରେ ଫୋପାଡି ଦେଇଥିଲେ । ପରେ ଗ୍ରାମବାସୀ ଖବର ପାଇ ମୃତ ଦେହକୁ ଉଦ୍ଧାର କରି ବିଶୋଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ ପାର୍ବତୀଙ୍କୁ ଗିରଫ କରିଛି ।