ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ କଂଟାବାଞ୍ଜିରେ ବନ୍ଦ ଡାକରା

କଂଟାବାଞ୍ଜିକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ବନ୍ଦ ଡାକରା ଦିଆଯାଇଛି ।

ସାଧାରଣ ଜନଜୀବନ ପ୍ରଭାବିତ

ବଲାଙ୍ଗୀର,୧୩/୯: କଂଟାବାଞ୍ଜି ବିଜ୍ଞାପିତ ଅଂଚଳ ପରିଷଦକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଆଜି ବଲାଙ୍ଗୀର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଯାହାଫଳରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ଯୁବ ଯାଦବ ସମାଜ, କୌବର୍ଥ ସମାଜ, କଂଟାବାଞ୍ଜି ଓକିଲ ଓ ଡ୍ରାଇଭର ସଂଘ ସମେତ ଅନେକ ସଂଗଠନ ପକ୍ଷରୁ ବନ୍ଦ ଡାକରାକୁ ସମର୍ଥନ ଦିଆଯାଇଛି । ସମର୍ଥକମାନେ ସହରର ପ୍ରମୁଖ ମୁଖ୍ୟ ରାସ୍ତା ଓ ଗୁରୁତ୍ୱପୂର୍ଣ୍ଣ ଛକମାନଙ୍କରେ ବ୍ୟାନର ଓ ପ୍ଲାକାର୍ଡ ଧରି ପିକେଟିଂ କରୁଥିବା ଦେଖିବାକୁ ମିଳିଛି । ବନ୍ଦ ପ୍ରଭାବରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ଓ ଦୋକାନ ବଜାର ଇତ୍ୟାଦି ସବୁ ବନ୍ଦ ରହିଛି । ଯଦି ସରକାର କଂଟାବାଞ୍ଜିକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ନ ଦିଅନ୍ତି ତାହାଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସମର୍ଥକଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।