ଯଯାତୀ କେଶରୀଙ୍କ ନାଁରେ ନାମିତ ହେବ ଯାଜପୁର ମେଡିକାଲ କଲେଜ

ଯାଜପୁର ମେଡିକାଲ କଲେଜ ଓ ହସ୍ପିଟାଲକୁ ଯଯାତୀ କେଶରୀଙ୍କ ନାମରେ ନାମିତ କଲେ ରାଜ୍ୟ ସରକାର ।

୨୦୨୪ରୁ କାର୍ଯ୍ୟକ୍ଷମ ଘୋଷଣା

ଭୁବନେଶ୍ୱର,୧୩/୯: ଯାଜପୁର ମେଡିକାଲ କଲେଜ ଓ ହସ୍ପିଟାଲକୁ ଯଯାତୀ କେଶରୀଙ୍କ ନାମରେ ନାମିତ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଚୀନ ଓଡିଶାର ସୋମବଂଶୀ ରାଜା ଯଯାତୀ କେଶରୀ । ଜଣେ ମହାନ ଐତିହାସିକ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି । ୨୦୨୪ ଶିକ୍ଷାବର୍ଷରୁ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଯାଜପୁରର ଯଯାତୀ କେଶରୀ ମେଡିକାଲ କଲେଜ ଓ ହସପିଟାଲ ୪୬ ଏକର ଜାଗାରେ ୫୨୬.୨୧ କୋଟି ବ୍ୟୟରେ ନିର୍ମାଣ କାମ ଚାଲିଛି । ଏହି ନୂତନ ମେଡିକାଲ କଲେଜରେ ୨୦୨୪-୨୫ ଶିକ୍ଷାବର୍ଷରେ ୧୦୦ ଜଣ ଏମବିବିଏସ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ଅନୁମତି ପତ୍ର ଜାତୀୟ ଚିକିତ୍ସା ଆୟୋଗ ନିକଟରେ ଆବେଦନ କରିବେ ।