ମୁଁହ ଖୋଲିଲେ ବିଧାୟକ, କ୍ରାଇମବ୍ରାଞ୍ଚ ତଦନ୍ତକୁ ସାମ୍ନା କରିବାକୁ ମୁଁ ପ୍ରସ୍ତୁତ

ଭୁବନେଶ୍ୱର: ନିଜ ଵିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ପ୍ରସ୍ତୁତ ବୋଲି ଆଜି କହିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ସେ କହିଛନ୍ତି ଯେ କ୍ରାଇମବ୍ରାଞ୍ଚ ତଦନ୍ତକୁ ସାମ୍ନା କରିବାକୁ ମୁଁ ପ୍ରସ୍ତୁତ। ମୋ ନାଁରେ ଯେଉଁ ଅଭିଯୋଗ ଆସିଛି ତାହା ଭିତ୍ତିହୀନ। ମୋ ବିରୋଧରେ ଷଡ଼ଯନ୍ତ୍ର ହୋଇଛି ।

ତଦନ୍ତ କରିବା ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ। ଏ ଯାଏଁ ମୋତେ କ୍ରାଇମବ୍ରାଞ୍ଚରୁ ନୋଟିସ ଆସିନି । ନୋଟିସ ଆସିଲେ ମୁଁ ତଦନ୍ତର ସାମ୍ନା କରିବି। ସୂଚନା ଥାଉ କି ବିଜୟଙ୍କ ବାନ୍ଧବୀ ତାଙ୍କ ବିରୋଧରେ ପୁଲିସ ନିକଟରେ ସାଂଘାତିକ ଅଭିଯୋଗ ଆଣିଥିଲେ।

ସେ କହିଥିଲେ ଯେ ବିଜୟଶଙ୍କର ସେକ୍ସ କାରବାର ଚଳାଉଛନ୍ତି ଏବଂ ଏହି ରୢାକେଟରେ ନିରୀହ ଯୁବତୀଙ୍କୁ ନିୟୋଜିତ କରୁଛନ୍ତି। ଏହାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ। ଆଉ ଏହି ଅଭିଯୋଗର ତଦନ୍ତ ପାଇଁ ଜଗତସିଂହପୁର ଏସ୍‌ପି ଅଖିଳେଶ୍ବର ସିଂହ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଥିଲେ ।