ସପ୍ଲିମେଂଟାରୀ ବଜେଟ୍ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ

ସପ୍ଲିମେଂଟାରୀ ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ବିପର୍ଯ୍ୟୟ ପରିଚାଳନା ପାଇଁ ସର୍ବାଧିକ ପ୍ୟାକେଜ

ଭୁବନେଶ୍ୱର: ବିଧାନସଭାର ପ୍ରଥମ ମୌସୁମୀ ଅଧିବେଶନରେ ସପ୍ଲିମେଂଟାରୀ ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।
ବଜେଟ ଅନୁଯାୟୀ, ୪୬୬୪ କୋଟି ଟଙ୍କାର ସର୍ବାଧିକ ବିପର୍ଯ୍ୟୟ ପରିଚାଳନା ପାଇଁ ବ୍ୟୟବରାଦ ପ୍ରସ୍ତାବ ଦିଆଯାଇଛି । ଏହାପରେ କୃଷକ କଲ୍ୟାଣ, ଖାଦ୍ୟ ନିରାପତା ଏବଂ ଜଳସେଚନ ସୁବିଧା ପାଇଁ ମୋଟ ୪,୪୩୩ କୋଟି ଟଙ୍କା, ପଂଚାୟତିରାଜ ବିଭାଗକୁ ୪୦୮୩ କୋଟି, ଶିକ୍ଷା, କ୍ରୀଡା ଏବଂ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୩୬୫୧ କୋଟି ଟଙ୍କା, ଶିଳ୍ପ ଏବଂ ଏମଏସଇ କ୍ଷେତ୍ର ପାଇଁ ୩୨୦୫ କୋଟି ଟଙ୍କା, ଗଣଶିକ୍ଷା ପାଇଁ ୨୮୮୨ କୋଟି, ପ୍ରଶାସନିକ ବ୍ୟୟ ପାଇଁ ମୋଟ ୨,୮୬୩ କୋଟି ଟଙ୍କା, ଭିତିଭୂମି ବିକାଶ ପାଇଁ ୧୬୩୧ କୋଟି ଟଙ୍କା, ଆମ ଓଡିଶା ନବୀନ ଓଡିଶା ଯୋଜନା ପାଇଁ ୧୩୦୨ କୋଟି ଟଙ୍କା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ପାଇଁ ୧୧୩୬ କୋଟି ଟଙ୍କା, ଜନସ୍ୱାସ୍ଥ୍ୟ ସେବା ପାଇଁ ୮୬୨ କୋଟି ଟଙ୍କା, ମିଶନ ଶକ୍ତି ବିଭାଗ ପାଇଁ ୭୮୩ କୋଟି ଟଙ୍କା, ସାମାଜିକ ସୁରକ୍ଷା ପାଇଁ ୭୭୧ କୋଟି ଟଙ୍କା, ମହିଳା ସଶକ୍ତିକରଣ ଓ ଶିଶୁ ବିକାଶ ପାଇଁ ୪୬୯ କୋଟି ଟଙ୍କା, ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ୨୬୪ କୋଟି ଟଙ୍କା ଆବଂଟନ କରାଯାଇଛି ।