ଅଲଗା ହେବେନି ବର୍ଷା-ଅନୁଭବ

ଅଲଗା ହେବେନି ଷ୍ଟାର ଦମ୍ପତି ବର୍ଷା-ଅନୁଭବ ।

ଛାଡପତ୍ର ଆବେଦନ ଖାରଜ

କଟକ: ଅଲଗା ହେବେନି ଓଡିଆ ସିନେ ତାରକା ଦମ୍ପତି ବର୍ଷା-ଅନୁଭବ । ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଛାଡପତ୍ର ମାମଲାକୁ ଖାରଜ କରିଛନ୍ତି କଟକ ପରିବାର ଅଦାଲତ । ଦମ୍ପତିଙ୍କ ବୈବାହିକ କଳହକୁ ନେଇ କଟକ ପରିବାର ଅଦାଲତରେ ମାମଲା ଚାଲିଥିଲା । ଶ୍ରୀ ମହାନ୍ତି ପାରିବାରିକ ବିବାଦ ଯୋଗୁଁ ୨୦୨୦ରେ ଦିଲ୍ଲୀର ଅଦାଲତରେ ଛାଡପତ୍ର ଆବେଦନ କରିଥିଲେ । କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାମଲାକୁ କଟକସ୍ଥିତ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା ।
ତେବେ ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର କହିଛନ୍ତି, କୋର୍ଟ ଆଜି ଆମ ବିରୋଧରେ ରାୟ ଶୁଣାଇଛନ୍ତି । ଏତେ ସବୁ ବିବାଦ ମଧ୍ୟରେ ଆଉ ଆନୁଭବ ଓ ବର୍ଷାଙ୍କ ଏକାଠି ରହିବା ସମ୍ଭବ ନୁହେଁ । ତେଣୁ ଫ୍ୟାମିଲି କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆମେ ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହେବୁ ।