ବିଜେବିରେ ପୁଣି ଛାତ୍ରଙ୍କୁ ରାଗିଂ ଅଭିଯୋଗ

ଭୁବନେଶ୍ବର: ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ରାଜ୍ୟବାସୀ ଭୁଲି ନଥିବା ବେଳେ ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ ମହାବିଦ୍ୟାଳୟ ‘ବିଜେବି କଲେଜ’ରେ ପୁଣି ଥରେ ଜଣେ ଛାତ୍ରଙ୍କୁ ରାଗିଂ ହୋଇଥିବା ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ପୋଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁସାରେ ବିଜେବି କଲେଜର ଆମ୍ବେଦକର ଛାତ୍ରାବାସରେ ରହୁଥିବା ସୁପର ସିନିୟର ରାଗିଂ କରିଛନ୍ତି।

+୨ ଦ୍ଵିତୀୟ ବର୍ଷର ବାଣିଜ୍ୟ ବିଭାଗର ରୁଦ୍ରନାରାୟଣ ପାତ୍ରଙ୍କୁ ତାଙ୍କ ସୁପର ସିନିଅର ଛାତ୍ରମାନେ ମାଡ଼ ମାରିଥିବା  ମଧ୍ୟ ଅଭିଯୋଗ ହୋଇଛି। ପ୍ରାୟ ୩୦ ଜଣ ଛାତ୍ର ମାଡ଼ ମାରିବା ସହିତ ସେମାନେ ୨୦୦୦ ହଜାର ଟଙ୍କା ମଧ୍ୟ ନେଇ ଯାଇଥିବା ଅଭିଯୋଗ ହୋଇଛି।