ରାଜଧାନୀରେ ଟୀକାକରଣକୁ ଗୁରୁତ୍ୱ, ସପିଂ ମଲ୍‌ରେ ବୁଷ୍ଟର ଡୋଜ୍

ଭୁବନେଶ୍ୱର: ରାଜଧାନୀରେ ମାଡୁଛି କରୋନା । ଏନେଇ ଟୀକାକରଣକୁ ବ୍ୟାପକ କରିଛି BMC । ରାଜଧାନୀର ବିଭିନ୍ନ ମଲରେ ବୁଷ୍ଟର ଡୋଜ୍ ଟୀକାକରଣ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଆଜି ପାତ୍ରପଡା ଡିଏନ୍ ରେଗାଲିଆ ମଲ ସହ ହଂସପାଳ ସିମ୍ଫୋନି ମଲରେ ବ୍ୟବସ୍ଥା କରାଯାଇଛି ।

ଉଭୟ ଅନଲାଇନ ଓ ଅନ ସ୍ପଷ୍ଟରେ ଟିକା ନେଇ ପାରିବେ । ରାଜଧାନୀରେ କୋଭିଡ଼ ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ଟେଷ୍ଟିଂକୁ ବଢ଼ାଯିବା ପାଇଁ ଯୋଜନା କରିଛି BMC । ଦୈନିକ ୩ହଜାରରୁ ଅଧିକ ଟେଷ୍ଟିଂ ପାଇଁ ଯୋଜନ କରାଯାଇଛି ।