କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଧର୍ମେନ୍ଦ୍ର 

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଧର୍ମେନ୍ଦ୍ର ପ୍ରଧାନ।

ଅନ୍ତର୍ଜାତୀୟ ସେମିନାର ଉଦଘାଟନ

ଭୁବନେଶ୍ୱର,୧୮/୧୧/୨୩: ପୁରୀ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୧୦୦ କୋଟି ମୂଲ୍ୟର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହା ସହ ଲକ୍ଷ୍ମୀ ପୁରାଣ ଉପରେ ଆୟୋଜିତ ୩ ଦିନିଆ ଅନ୍ତର୍ଜାତୀୟ ସେମିନାରକୁ ଉଦଘାଟନ କରିବା ସହ ୮ ମହଲା ବିଶିଷ୍ଟ ପ୍ରଶାସନିକ ଓ ଏକାଡେମିକ କୋଠା, ୫ ମହଲା ବିଶିଷ୍ଟ ମହିଳା ହଷ୍ଟେଲ କୋଠା ଏବଂ ୫ ମହଲା ବିଶିଷ୍ଟ ବଏଜ ହଷ୍ଟେଲର ଶିଳାନ୍ୟାସ କରିଥିଲେ।

ଉଦଘାଟନୀ କାର୍ଯ୍ୟକ୍ରମ ପୂର୍ବରୁ ସକାଳେ ଶ୍ରୀ ପ୍ରଧାନ ଶ୍ରୀଜଗନ୍ନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ ଏବଂ ପରେ ସେ ନଟ ମଣ୍ଡପରେ ଚାଲିଥିବା କାର୍ଯ୍ୟର ତଦାରଖ କରିଥିଲେ।