ବଲାଙ୍ଗୀର ଜିଲ୍ଲା ପାଇଁ ଦୁଇଟି ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅନୁମୋଦନ

ବଲାଙ୍ଗୀର ଜିଲ୍ଲା ପାଇଁ ଦୁଇଟି ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।

୨୯୬.୫୦ କୋଟି ମଞ୍ଜୁର

ଭୁବନେଶ୍ବର, ୧୮/୧୧/୨୩: ବଲାଙ୍ଗୀର ଜିଲ୍ଲା ପାଇଁ ଦୁଇଟି ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିବା ସହ ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୯୬.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଏହି ପ୍ରକଳ୍ପଗୁଡ଼ିକ ହେଲା- ସୁନାଗଡ଼ ନଦୀ ଉପରେ ସିକୁଆଁ/ସିଲେଟକାନି ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୪୯ କୋଟି ଏବଂ ଆଙ୍ଗ ନଦୀର କୁଟାସିଂହା ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୨୪୭.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୪ଟି ବ୍ଲକ ଯଥାକ୍ରମେ ଦେଓଗାଁ, ବଲାଙ୍ଗୀର, ଡାଙ୍ଗରପଲ୍ଲୀ ଓ ଅଗଲପୁର ବ୍ଲକର ଲୋକେ ଉପକୃତ ହେବେ। ଭୂତଳ ଜଳସ୍ତର ବୃଦ୍ଧି ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ପାଇଁ ଏହି ପ୍ରକଳ୍ପ ବିଶେଷ ସହାୟକ ହେବ।