ଆସନ୍ତାକାଲିଠୁ ଶୀତକାଳୀନ ଅଧିବେଶନ

ଆସନ୍ତାକାଲିଠୁ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାରୁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି।

ସର୍ବଦଳୀୟ ବୈଠକ ଆରମ୍ଭ

ଭୁବନେଶ୍ବର, ୨୦/୧୧/୨୩: ଆସନ୍ତା କାଲିଠାରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଏ ନେଇ ତା ପୂର୍ବରୁ ସର୍ବଦଳୀୟ ବୈଠକ ଆରମ୍ଭ ହୋଇ ଯାଇଛି। ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ। ଅଧିବେଶନ ପାଇଁ ସବୁ ଦଳ ତଥା ଶାସକ ଓ ବିରୋଧୀ ଦଳର ସହଯୋଗ ଲୋଡିଛନ୍ତି ବାଚସ୍ପତି। ସୁରୁଖୁରୁରେ ଗୃହ ଚଳାଇବାକୁ ବୈଠକରେ ଆଲୋଚନା ହୋଇଛି। ସୂଚନାନୁଯାୟୀ, ଚଳିତ ଶୀତକାଳୀନ ଅଧିବେଶନ ଆସନ୍ତା ନଭେମ୍ବର ୨୧ରୁ ଆରମ୍ଭ ହୋଇ ଡିସେମ୍ବର ୩୦ରେ ଶେଷ ହେବ। ଏହି ସମୟରେ କୌଣସି ପ୍ରକାର ହଟ୍ଟଗୋଳ ନ କରିବାକୁ ବାଚସ୍ପତି ଅନୁରୋଧ କରିଛନ୍ତି।