୫ ଦିନ ଯାଏ ବନ୍ଦ ରହିବ ବଡଦାଣ୍ଡରେ ଥିବା ଦୋକାନ

ପୁରୀ ବଡ଼ ଦାଣ୍ଡରେ ଥିବା ସମସ୍ତ ଦୋକାନ ୫ ଦିନ ଯାଏ ବନ୍ଦ ରହିବ।

ଭିଡ ନିୟନ୍ତ୍ରଣ ପାଇଁ ଅଣ୍ଟା ଭିଡିଲା ପ୍ରଶାସନ

ପୁରୀ, ୨୧/୧୧/୨୩: ବର୍ତ୍ତମାନ କାର୍ତ୍ତିକ ମାସ ଚାଲୁଥିବାରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ଯାହାଫଳରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳାଚକଟା ହେଉଥିବାରୁ ଅନେକ ଆହତ ହେଉଛନ୍ତି।

ସେହିପରି ପଞ୍ଚୁକ ସମୟରେ ମଧ୍ୟ ଶ୍ରୀକ୍ଷେତ୍ରରେ ଆହୁରି ଭିଡ ଦେଖିବାକୁ ମିଳିବ। ତେଣୁ ପୁରୀ ବଡ଼ ଦାଣ୍ଡରେ ଥିବା ସମସ୍ତ ଦୋକାନ ୫ ଦିନ ଯାଏ ବନ୍ଦ ରହିବ। ଏହା ସହ ଭିଡ଼ ପରିଚାଳନା ପାଇଁ ବ୍ୟାରିକେଡିଂ କରାଯିବ। ମନ୍ଦିରକୁ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଗଣ ଆସିବେ ବୋଲି ଆଶା କରାଯାଉଛି।

ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଛୋଟ ପିଲାଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୁରୀ ଜିଲ୍ଲାପାଳ ମଙ୍ଗଳବାର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ଉପରୋକ୍ତ ପ୍ରସଙ୍ଗ ସମ୍ପର୍କରେ ସୂଚନା ଦେଇଛନ୍ତି।