ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଁ ମନୋନୀତ ଯୁବ ପ୍ରତିଭାଙ୍କ ଲିଖିତ ପୁସ୍ତକ

'ସେଁରରା' ପୁସ୍ତକ ଓଡ଼ିଆରେ 'ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୨୩' ପାଇଁ ମନୋନୀତ ହୋଇଛି।

ସର୍ବସମ୍ମତିକ୍ରମେ ଚୟନ ପ୍ରକ୍ରିୟା ଶେଷ

ଭୁବନେଶ୍ବର,୨୮/୧୧/୨୩: ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଁ ଚୟନ ହୋଇଛି ଜଣେ ଯୁବ ପ୍ରତିଭାଙ୍କ ଦ୍ୱାରା ଲିଖିତ ପୁସ୍ତକ। ଡିଲେଶ୍ୱର ରଣାଙ୍କ କ୍ଷୁଦ୍ରଗଳ୍ପ ସଂକଳନ ‘ସେଁରରା’ ଓଡ଼ିଆରେ ‘ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୨୩’ ପାଇଁ ମନୋନୀତ ହୋଇଛି।

ସାହିତ୍ୟ ଏକାଡେମୀର ଏକ ସରକାରୀ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ବିଭୂତି ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ଦାଶ ବେନହୁରଙ୍କୁ ନେଇ ଗଠିତ ଜୁରିଙ୍କ ସୁପାରିସ ଆଧାରରେ ‘ସେଁରରା’ ପୁସ୍ତକ ଚୟନ କରାଯାଇଛି। ପୁରସ୍କାର ଆକାରରେ ଏକ ସିଲ ସହ ଏବଂ ୫୦,୦୦୦ ଟଙ୍କାର ଚେକ୍ ଦିଆଯିବ। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଏହି ପୁରସ୍କାର ପ୍ରଦାନ କରାଯିବ।