ରାଜ୍ୟରେ ଶୀତର ପ୍ରଭାବ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ୧୨ ଡିଗ୍ରୀ ତଳକୁ ଖସି ଆସିଛି।

୧୨ ଡିଗ୍ରୀକୁ ଖସିଲା ତାପମାତ୍ରା

ଭୁବନେଶ୍ବର, ୨୮/୧୧/୨୩: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରାତିର ତାପମାତ୍ରା ୧୨ ଡିଗ୍ରି ତଳକୁ ଖସିଆସିଛି ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

୧୦ ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ରେକର୍ଡ କରାଯାଇଥିବା ବେଳେ କୋରାପୁଟରେ ସର୍ବାଧିକ ୧୧.୮ ଡିଗ୍ରୀ ସେଲସିୟସ, ସୁନ୍ଦରଗଡ଼ ଜିଲ୍ଲାର କିରେଇ (୧୨.୩), କନ୍ଧମାଳର ଜି ଉଦୟଗିରି (୧୩.୨) ଓ ଦାରିଙ୍ଗବାଡ଼ି (୧୩.୫), ରାଉରକେଲା (୧୩.୯), କନ୍ଧମାଳର ସୁନ୍ଦରଗଡ଼ ଓ ଫୁଲବାଣୀରେ ୧୪ ଡିଗ୍ରୀ ସେଲସିୟସ, ଝାରସୁଗୁଡ଼ା ଓ ଅନୁଗୁଳରେ ୧୪.୬ ଡିଗ୍ରୀ ସେଲସିୟସ ଏବଂ କେନ୍ଦୁଝରରେ ୧୪.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

ଲଗାତାର ଦ୍ବିତୀୟ ଦିନ ପାଇଁ ଭୁବନେଶ୍ୱର ଓ କଟକରେ ତାପମାତ୍ରା ୧୯ ଡିଗ୍ରି ତଳେ ରହିଛି। ଭୁବନେଶ୍ୱରରେ ପାରଦ ୧୮.୫ ଡିଗ୍ରୀ ସେଲସିୟସ ରହିଥିବା ବେଳେ କଟକରେ ତାପମାତ୍ରା ୧୮ ଡିଗ୍ରୀ ସେଲସିୟସ ରହିଛି ।