ଭିଜିଲାନ୍ସ ଜାଲରେ ଇଡକୋ ମୁଖ୍ୟ ମହାପ୍ରବନ୍ଧକ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଇଡକୋର ମୁଖ୍ୟ ମହାପ୍ରବନ୍ଧକ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ବର, ୨୬/୧୨/୨୩: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଇଡକୋର ମୁଖ୍ୟ ମହାପ୍ରବନ୍ଧକ ସରୋଜ କାନ୍ତ ମହାନ୍ତିଙ୍କ ଉପରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ।

ଭିଜିଲାନ୍ସ ଚଢ଼ାଉ ବେଳେ ୨ଟି ବହୁମହଲା କୋଠା, ୨ଟି ୩ ବିଏଚକେ ଫ୍ଲାଟ୍, ୧୦ଟି ପ୍ଲଟ୍, ଗୋଟିଏ ଚାରିଚକିଆ ଯାନ ସମେତ ଅନ୍ୟାନ୍ୟ ସମ୍ପତ୍ତି ଠାବ କରିଛି।

ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସର ୧୦ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ଭୁବନେଶ୍ୱର, କଟକ ଓ ଯାଜପୁରର ନିମ୍ନଲିଖିତ ୭ଟି ସ୍ଥାନରେ ଚଢ଼ାଉ କରୁଛନ୍ତି।

ଭୁବନେଶ୍ୱରର ଶୈଳଶ୍ରୀ ବିହାର, ଚନ୍ଦ୍ରଶେଖରପୁର ଠାରେ ଥିବା ଏକ ତିନି ବିଏଚକେ ଫ୍ଲାଟ।

କଟକର ବାରଙ୍ଗ ଠାରେ ଥିବା ଏକ ୩ ବିଏଚକେ ଫ୍ଲାଟ।

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଡ଼ା ଗ୍ରାମରେ ଥିବା ଶ୍ରୀ ମହାନ୍ତିଙ୍କ ପୈତୃକ ଘର।

କଟକ ନୟା ବଜାର ସ୍ଥିତ ମହାନଦୀ ବିହାରରେ ଏକ ତିନି ମହଲା କୋଠା।

ଯାଜପୁର ଜିଲ୍ଲା ଜରକା ଗାଁରେ ଏକ ଦୁଇ ମହଲା ଆବାସିକ ଘର।

ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଆଇଆରସି ଭିଲେଜ୍ ଏନ୍ ୪/୨୯୫ରେ ଥିବା ଶ୍ରୀ ମହାନ୍ତିଙ୍କ ସମ୍ପର୍କୀୟଙ୍କ ଘର।

ଭୁବନେଶ୍ୱରସ୍ଥିତ ଇଡକୋ ଟାୱାରରେ ଥିବା ଶ୍ରୀ ମହାନ୍ତିଙ୍କ କାର୍ଯ୍ୟାଳୟ।