ଯାଜପୁର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ

ଜିଲ୍ଲା ମଙ୍ଗଳ ବିଭାଗ ଅଫିସ୍‌ର ମୁଖ୍ୟ କିରାଣି ୧୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ।

କ୍ଷତିପୂରଣ କରାଇ ଦେବାକୁ କହି ଲାଞ୍ଚ ନେଉଥିଲେ

ଯାଜପୁର,୨୭/୧୨/୨୩: ଯାଜପୁର ଜିଲ୍ଲା ମଙ୍ଗଳ ବିଭାଗ କାର୍ଯ୍ୟାଳୟର ଅତିରିକ୍ତ ଦାୟିତ୍ୱରେ ଥିବା ମୁଖ୍ୟ କିରାଣୀ ସୁବ୍ରତ କୁମାର କାନୁନଗୋ ପଡିଛନ୍ତି ଭିଜିଲାନ୍ସ ହାବୁଡରେ। ଅଭିଯୋଗକାରୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିବା ଓ ନେଉଥିବା ବେଳେ ଭିଜିଲାନ୍ସ ବୁଧବାର ଗିରଫ କରିଛି।

ସୂଚନାନୁଯାୟୀ, କାନୁନଗୋ ଜଣେ ବ୍ୟକ୍ତିଙ୍କ ସପକ୍ଷରେ କ୍ଷତିପୂରଣ ରାଶି ପ୍ରଦାନ କରିବା ପାଇଁ ତାଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କିନ୍ତୁ ଆଜି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। କାନୁନଗୋଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଏହି ଜାଲ ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ଭିଜିଲାନ୍ସ ଅଭିଯୁକ୍ତ କାନୁନଗୋଙ୍କ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଆରମ୍ଭ କରିଛି।