ଭଦ୍ରକ ଜିଲ୍ଲା ଗସ୍ତରେ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ

ଆରେଡି, ଅସୁରାଲି ଓ ଭଦ୍ରକ ପୌରପାଳିକାରେ ଜନସାଧାରଣଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ ଗ୍ରହଣ କରିବା ସହ ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଆଖଣ୍ଡଳମଣି ମନ୍ଦିର ପରିଦର୍ଶନ କରି ୪୮ କୋଟି ଟଙ୍କା ବ୍ୟୟରେ ଶ୍ରୀମନ୍ଦିର ବିକାଶର ଅଗ୍ରଗତି ସମୀକ୍ଷା କରିଛନ୍ତି

ଭୁବନେଶ୍ଵର, ୨୭/୧୨/୨୩: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫ଟି ଓ ନବିନ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ. ଭି.କେ. ପାଣ୍ଡିଆନ ଭଦ୍ରକ ଜିଲ୍ଲା ଗସ୍ତ କରି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ସାଧାରଣ ଜନତାଙ୍କ ସହ ଆଲୋଚନା କରିଥିଲେ।

ଶ୍ରୀ ପାଣ୍ଡିଆନ୍ ୪୮ କୋଟି ଟଙ୍କା ବ୍ୟୟରେ ଅଖଣ୍ଡଳମଣି ମନ୍ଦିର, ଆରେଡ଼ିର ବିକାଶ ର ଅଗ୍ରଗତି ସମୀକ୍ଷା କରିଥିଲେ।

୮୯୩ କୋଟି ଟଙ୍କା ବ୍ୟୟରେ ଚାନ୍ଦବାଲି ପାଇଁ ମେଗା ପିଡବ୍ଲ୍ୟୁଏସ୍ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ସେ ସମୀକ୍ଷା କରିଥିଲେ। ଏହା ସହ ଭଦ୍ରକ ରିଙ୍ଗରୋଡରେ ୧୦୦ କୋଟି ଟଙ୍କା ବ୍ୟୟରେ; ୪୮୦ କୋଟି ଟଙ୍କା ବ୍ୟୟରେ ଆଖୁଆପଦାଠାରେ ସମନ୍ୱିତ ଜଳଭଣ୍ଡାର ଢାଞ୍ଚା ନିର୍ମାଣ; ଭଦ୍ରକରେ ୧୬୪ କୋଟି ଟଙ୍କା ବ୍ୟୟରେ ନୂତନ ଡିଏଚ୍ଏଚ୍ ଓ ଏମସିଏଚ୍ ଓ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ ନିର୍ମାଣ; ବାସୁଦେବପୁରରେ ୪୭ କୋଟି ଟଙ୍କା ବ୍ୟୟରେ ଚୁଡାମୁନି ବନ୍ଦର ନିର୍ମାଣ; ୪୧ କୋଟି ଟଙ୍କା ବ୍ୟୟରେ ମା’ ଭଦ୍ରକାଳୀ ମନ୍ଦିର ଦେଇ ପୁରୁଣା ବଜାରରୁ ଗୁଜିଧରା ଏବଂ ୨୭ କୋଟି ଟଙ୍କା ବ୍ୟୟରେ ଧମରା ଜେଟିର ବିକାଶର ସମୀକ୍ଷା କରାଯାଇଛି।

ପରେ ଶ୍ରୀ ପାଣ୍ଡିଆନ ଚାନ୍ଦବାଲି ଧନକଣିଆଠାରେ ସାଳନ୍ଦୀ ନଦୀ ଉପରେ ୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ତିନୋଟି ଗୁରୁତ୍ୱପୂର୍ଣ୍ଣ ସେତୁର ଅଗ୍ରଗତିର ସମୀକ୍ଷା କରିଥିଲେ। ୫୫ କୋଟି ଟଙ୍କା ବ୍ୟୟରେ କେନ୍ଦୁଆପଡ଼ା, ଭଣ୍ଡାରିପୋଖରୀଠାରେ ରେଳ ଓଭର ବ୍ରିଜ୍ ଓ ଚାନ୍ଦବାଲିର ପଞ୍ଚୁଥିକିଟିଠାରେ ମଣ୍ଟେଇ ନଦୀ ଉପରେ ୫୨ କୋଟି ଟଙ୍କା ବ୍ୟୟରେ ସେତୁ ନିର୍ମାଣ କରାଯାଇଛି। ଶ୍ରୀ ପାଣ୍ଡିଆନଙ୍କ ଗତ ଭଦ୍ରକ ଜିଲ୍ଲା ଗସ୍ତ ସମୟରେ ଏହି ତିନୋଟି ପୋଲକୁ ଅନୁରୋଧ କ୍ରମେ ଗ୍ରହଣ କରାଯାଇଥିଲା।

ଶ୍ରୀ ପାଣ୍ଡିଆନ୍ ଗତ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ଅଭିଯୋଗ ସଭାରେ ଯୋଗଦେଇ ଜନସାଧାରଣଙ୍କ ମତାମତ ନେବା ପରେ ଅନ୍ୟ କେତେକ ପ୍ରମୁଖ ପ୍ରକଳ୍ପ ହାତକୁ ନିଆଯାଇଥିଲା।

ଆରେଡି, ଅସୁରାଲି ଓ ଭଦ୍ରକ ପୌରପାଳିକାରେ ଜନସାଧାରଣଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ ଗ୍ରହଣ କରିବା ସହ ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।