ପୁଣି ଜନନୀ ଯନ୍ତ୍ରଣା

ଗ୍ରାମକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆ ଭାରରେ ବୁହା ହୋଇ ଆମ୍ବୁଲାନ୍ସ ଯାଏ ନିଆ ହୋଇଛି।

ଖଟିଆ ଭାରରେ ବୁହା ହେଲେ ପ୍ରସୂତି ମହିଳା

ଦଶପଲ୍ଲା – ୦୬/୦୧/୨୪: ଦଶପଲ୍ଲା ବ୍ଲକ କଳସା ଖମଣ ପଞ୍ଚାୟତ ଗେଣ୍ଡାଳି ଗ୍ରାମର ବିନତି ମାଝୀ ଗର୍ଭବତୀ ଥିବା ବେଳେ ଗ୍ରାମ କୁ କୌଣସି ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରିନଥିଲା। ଗେଣ୍ଡାଳି ଗ୍ରାମ ଠାରୁ ଖଜୁରୀ ଗୋଛା ଗ୍ରାମ ପର୍ଯ୍ୟନ୍ତ ୧୦କିଲୋମିଟର ରାସ୍ତା ଖଟିଆ ରେ ଭାର କରି ବିନତିଂକୁ ବୋହିବାକୁ ପଡିଥିଲା। ଖଜୁରୀ ଗୋଛା ଗ୍ରାମ ଠାରେ ଆମ୍ବୁଲାନ୍ସ ରଖି ଆମ୍ବୁଲାନ୍ସକର୍ମଚାରୀ ମାନେ ମଧ୍ୟ ପ୍ରାୟ ପାଞ୍ଚ କିଲୋମିଟର ରାସ୍ତା ନିଜ କାନ୍ଧରେ ବୋହି ଆଣିଥିଲେ ଆମ୍ବୁଲାନ୍ସ ପାଖକୁ। ପରେ ଆମ୍ବୁଲାନ୍ସ ରେ ଦଶପଲ୍ଲା ମେଡିକାଲ ଭର୍ତି କରିବା ସହ ଚିକିତ୍ସା କରାଯାଉଛି । ବର୍ତ୍ତମାନ ମା ଏବଂ ଛୁଆ ଦୁହେଁ ସଂପୂଣ୍ଣ ସୁସ୍ଥ ଥିବା ସୂଚନା ମିଳିଛି ।