ଟ୍ୱିନ-ସିଟି ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସଞ୍ଜୀବ ପଣ୍ଡା

ଆଜି କମିଶନରେଟ ପୋଲିସ ମୁଖ୍ୟାଳୟରେ ଆଇପିଏସ ଅଧିକାରୀ ସଞ୍ଜୀବ ପଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତି।

୫-ଟି କାର୍ଯ୍ୟକାରୀ ଉପରେ ଗୁରୁତ୍ବ ଦେବି: ସଞ୍ଜୀବ

ଭୁବନେଶ୍ୱର, ୨୯/୦୧/୨୦୨୪: ଟ୍ୱିନ ସିଟି ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସଞ୍ଜୀବ ପଣ୍ଡା। କମିଶନରେଟ୍ ପୁଲିସ ମୁଖ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଭୁବନେଶ୍ୱର ଓ କଟକ ଟ୍ୱିନ୍ ସିଟିର ପୁଲିସ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

ଟ୍ୱିନ୍ ସିଟି କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି, ଦାୟିତ୍ୱ ଗ୍ରହଣ କରିବା ପରେ ଆଶା କରୁଛି ପୁଲିସର କର୍ତ୍ତବ୍ୟକୁ ଅଧିକ ଦକ୍ଷତାର ସହ ସମ୍ପାଦନ କରିବା ପାଇଁ ସାଧାରଣ ଜନତାମାନେ ସହଯୋଗ କରିବେ। ଚଳିତ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ତାଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ। ସେହିପରି ରାଜ୍ୟ ସରକାରଙ୍କ ୫-ଟି ଓ ମୋ ସରକାର ଯୋଜନା ଯେପରି ସଠିକ ଭାବେ କାର୍ଯ୍ୟକାରୀ ହେବ ସେ ଦିଗରେ ସେ ପ୍ରୟାସ କରିବେ।