ଦେଶରେ ପ୍ରଥମ ଓଡ଼ିଶାର ପ୍ରଜ୍ଞାପନ ମେଢ

ନୂଆଦିଲ୍ଲୀ ଠାରେ ଗଣତନ୍ତ୍ର ଦିବସରେ ପ୍ରଦର୍ଶିତ ହୋଇଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ ଦେଶରେ ପ୍ରଥମ ସ୍ଥାନ ପାଇଛି।

ଦ୍ୱିତୀୟରେ ଗୁଜରାଟ

ଭୁବନେଶ୍ୱର, ୨୯/୦୧/୨୦୨୪: ଦେଶରେ ପ୍ରଥମ ସ୍ଥାନ ଅକ୍ତିଆର କଲା ଓଡ଼ିଶାର ପ୍ରଜ୍ଞାପନ ମେଢ। ଗତ ଜାନୁଆରୀ ୨୬ ତାରିଖରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହୋଇଥିବା ଜାତୀୟ ସ୍ତରୀୟ ଗଣତନ୍ତ୍ର ଦିବସରେ ସାମିଲ ହୋଇଥିଲା ଓଡିଶାର ପ୍ରଜ୍ଞାପନ ମେଢ।

ଅନ୍ୟ ରାଜ୍ୟର ପ୍ରଜ୍ଞାପନ ମେଢକୁ ପଛରେ ପକାଇ ଓଡ଼ିଶା ବାଜି ମାରି ନେଇଛି। ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ। ତେବେ ଓଡ଼ିଶା ପରେ ଗୁଜରାଟ ଦ୍ବିତୀୟ ଓ ତାମିଲନାଡୁ ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି ।

ତିନି ବର୍ଷର ବିରତି ପରେ ଚଳିତବର୍ଷ ସୁଯୋଗ ମିଳିଥିବା ପ୍ରଜ୍ଞାପନ ମେଢ ପ୍ରଦର୍ଶନୀରେ ଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡରେ ଦେଖିବାକୁ ମିଳିଥିଲା ଓଡ଼ିଶାର ହସ୍ତକଳା ଓ କାରିଗରୀ। ଏଥିରେ ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପକୁ ଦର୍ଶାଯାଇଥିଲା। ସମ୍ପୂର୍ଣ୍ଣ ନାରୀ ସଶକ୍ତିକରଣକୁ ନେଇ ପ୍ରଜ୍ଞାପନ ମେଢ ପ୍ରସ୍ତୁତ ହୋଇଥିଲା।