ବିଜେଡିରେ ମିଶିଲେ ଖ୍ୟାତନାମା ଯାତ୍ରା କଳାକାର

ଆଜି ଶଙ୍ଖ ଭବନରେ ଯାତ୍ରା କଳାକାରଙ୍କ ସହ ନ୍ୟୁରୋସର୍ଜନ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି।

ଡାକ୍ତର ବି ମିଶିଲେ ବିଜେଡିରେ

ଭୁବନେଶ୍ବର, ୨୯/୦୧/୨୦୨୪: ଆଜି ଭୁବନେଶ୍ୱର ସ୍ଥିତ ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଜେଡି ଉପସଭାପତି ତଥା ବଡ଼ମ୍ବା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ସାଂସଦ ଶ୍ରୀ ମାନସ ମଙ୍ଗରାଜ ଓ ଡ଼ ଅମର ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ଯାତ୍ରା କଳାକାର। ଦଳରେ ସାମିଲ ହୋଇଥିବା ସମସ୍ତ ଯାତ୍ରା କଳାକାରଙ୍କୁ ଉପଢୌକନ ଦିଆଯାଇ ଦଳକୁ ସ୍ୱାଗତ କରାଯାଇଥିଲା।

କଳାକାରମାନଙ୍କ ମଧ୍ୟରେ ବାପି ପଣ୍ଡା, ଦୈତାରୀ ପଣ୍ଡା, ଚୈତନ୍ୟ ପାଇକ, ରମେଶ ଚନ୍ଦ୍ର ନାୟକ, ଶିବରାମ ପ୍ରଧାନ, ସୁବାସ ବେହେରାଙ୍କ ସହ ଅନ୍ୟାନ୍ୟ ଜିଲ୍ଲାର ଯାତ୍ରା କଳାକାର ମଧ୍ୟ ସାମିଲ ହୋଇଥିଲେ। ସାରା ରାଜ୍ୟରୁ ଆଜି ୩୫୦ରୁ ଉର୍ଦ୍ଧ୍ଵ ଯାତ୍ରା କଳାକାର ବିଜେଡିରେ ସାମିଲ ହୋଇଥିଲେ।

ସେହିପରି ବାଙ୍ଗାଲୋର ଓଡିଆ ସମାଜର ପ୍ରତିଷ୍ଠାତା ସଦସ୍ୟ ତଥା ଏସସିବି ମେଡିକାଲ କଲେଜ ଛାତ୍ର ସଂସଦର ପୂର୍ବତନ ସଭାପତି ଡକ୍ଟର ପ୍ରତାପ କୁମାର ପାଣି ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ଏହାସହ ବାଙ୍ଗାଲୋର ଓଡ଼ିଆ ସମାଜର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ନିହାର ରଞ୍ଜନ ସାମନ୍ତରାୟ ବିଜେଡିରେ ମିଶିଛନ୍ତି। ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ। ଶେଷରେ ବିଜେଡି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।