ଚାଲିଥିଲା ବ୍ରାଉନସୁଗାର କାରବାର, ମାଡିବସିଲା ପୋଲିସ

ପୁରୀବ୍ରାଉନସୁଗାର ଚାଲାଣ ବେଳେ ଯୁବକଙ୍କୁ ମାଡି ବସିଲା ପୋଲିସ। ପୁରୀ ବସଷ୍ଟାଣ୍ଡରେ ବ୍ରାଉନସୁଗାର ଚାଲାଣ ହେଉଥିବା ନେଇ ଖବର ପାଇଥିଲା କୁମ୍ଭାରପଡ଼ା ଥାନା ପୋଲିସ । ଏହି ସମୟରେ ଚଢାଉ କରି ୪ ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ । ତେବେ ମୁଖ୍ୟ ଚାଲାଣକାରୀ ଫେରାର ହୋଇଯାଇଥିବା ସୂଚନା ମିଳିଛି ।