ସ୍ପାଇସ୍ ଜେଟ୍ ବିରୋଧରେ ଡିଜିସିଏଙ୍କ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ( ଡିଜିସିଏ) ସ୍ପାଇସ୍ ଜେଟ୍ ଉପରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି । ଏଥିରେ ବିମାନ କମ୍ପାନୀର ୫୦ ପ୍ରତିଶତ ଉଡାଣ ଉପରେ ୮ ସପ୍ତାହ ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି। ପ୍ରାୟ ଦିନ ସ୍ପାଇସ୍ ଜେଟ୍ ବିମାନରେ କୌଣସି ନା କୌଣସି ତ୍ରୁଟିନେଇ ଅଭିଯୋଗ ମିଳୁଥିଲା। ଏଣୁ ବିମାନ କମ୍ପାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜରି କରାଯାଇଥିବା ବେଳେ ଏବେ କାର୍ଯ୍ୟାନୁଷ୍ଠାନ ହୋଇଛି।

ଜିଡିସିଏଙ୍କ ପକ୍ଷରୁ ଜାରି ମଧ୍ୟବର୍ତ୍ତିକାଳୀନ ଆଦେଶରେ ୧ ଏପ୍ରିଲରୁ ୫ ଜୁଲାଇ ପର୍ଯ୍ୟନ୍ତ ତାରିଖ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଯେଉଁଥିରେ ଏପରି କେଉଁ ଦିନ ନଥିଲେ ଯେଉଁଦିନ ସ୍ପାଇସ୍ ଜେଟ୍ କମ୍ପାନୀର ଗୋଟିଏ ବି ବିମାନରେ ତ୍ରୁଟି ପରିଲକ୍ଷିତ ନ ହୋଇଛି। ଦୁବାଇ ବିମାନରେ ଫ୍ୟୁଲ ଇଣ୍ଡିକେଟର ସମସ୍ୟାରୁ ଆରମ୍ଭ କରି ପ୍ରତିଦିନ କୌଣସି ନା କୌଣସି ବିମାନରେ ଯାନ୍ତ୍ରିକ ଓ ବୈଷୟିକ ତ୍ରୁଟିର ଅଭିଯୋଗ ମିଳୁଥିଲା।