ଆସନ୍ତା ୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଆସନ୍ତା ଫେବୃଆରୀ ୬ ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି।

ପିସିସି ସଭାପତିଙ୍କ ସୂଚନା

ଭୁବନେଶ୍ବର, ୩୧/୦୧/୨୦୨୪: ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧି ଆସନ୍ତା ୬ ତାରିଖରେ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୬ ତାରିଖ ସନ୍ଧ୍ୟାରେ ବୀରମିତ୍ରପୁରରେ ଦଳୀୟ ନେତାମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଆସନ୍ତା ୭ ଓ ୮ ତାରିଖରେ ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର ୩ଟି ସାଂଗଠନିକ ଜିଲ୍ଲାରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଅନୁଷ୍ଠିତ ହେବ। ରାଉରକେଲାରେ ରୋଡ ସୋ କରିବା ପରେ ୭ ତାରିଖରେ ଝାରସୁଗୁଡ଼ାରେ ରାତି ବିତାଇବେ। ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମ ପରେ ଅନ୍ୟ ଏଆଇସିସି ନେତାମାନେ ଓଡ଼ିଶା ଗସ୍ତରେ ଆସିବେ ବୋଲି ପିସିସି ସଭାପତି କହିଛନ୍ତି।