ପେଟିଏମ ପେଟେଣ୍ଟସ୍ ବ୍ୟାଙ୍କ ଉପରେ ଆରବିଆଇର କଟକଣା

ଭାରତୀୟ ରିଜର୍ଭ ବ୍ୟାଙ୍କ ପେଟିଏମ ପେଟେଣ୍ଟସ୍ ବ୍ୟାଙ୍କ ଉପରେ କଟକଣା ଲାଗୁ କରିଛନ୍ତି।

ଯୋଡି ହୋଇ ପାରିବେନି ନୂଆ ଗ୍ରାହକ

ନୂଆଦିଲ୍ଲୀ, ୩୧/୦୧/୨୦୨୪: ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ପେଟିଏମ୍ ପେମେଣ୍ଟସ ବ୍ୟାଙ୍କ ଲିମିଟେଡକୁ ଫେବ୍ରୁଆରି ୨୯ ପରେ ଗ୍ରାହକଙ୍କ ଆକାଉଣ୍ଟ୍ କିମ୍ବା ୱାଲେଟ୍ ଏବଂ ଫାସଟ୍ୟାଗ୍ ଭଳି ପ୍ରିପେଡରେ ଜମା ଗ୍ରହଣ କରିବା କିମ୍ବା କ୍ରେଡିଟ୍ ଟ୍ରାଞ୍ଜାକସନ୍ କିମ୍ବା ଟପ୍ ଅପକୁ ଅନୁମତି ଦେବା ଉପରେ ପ୍ରତିବନ୍ଧକ ଲଗାଇଛି।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଗ୍ରାହକମାନେ ସେମାନଙ୍କ ଆକାଉଣ୍ଟରୁ ଜମା ରାଶି ଏବଂ ବର୍ତ୍ତମାନର ବାଲାନ୍ସକୁ ବିନା ପ୍ରତିବନ୍ଧକରେ ଜାରି ସମୟ ସୀମା ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। କିନ୍ତୁ ଆଉ କୌଣସି ନୂତନ ଗ୍ରାହକ ପେଟିଏମ ପେଟେଣ୍ଟସ୍ ବ୍ୟାଙ୍କରେ ଯୋଡି ହୋଇ ପାରିବେନି।

ଏହାବ୍ୟତୀତ ପେଟିଏମ୍ ର ମୂଳ କମ୍ପାନୀ ଓ୍ଵାନ୍୯୭ କମ୍ୟୁନିକେସନ୍ ଲିମିଟେଡ୍ ଏବଂ ପେଟିଏମ୍ ପେମେଣ୍ଟସ ବ୍ୟାଙ୍କ ଲିମିଟେଡର ନୋଡାଲ ଆକାଉଣ୍ଟକୁ ରିଜର୍ଭ ବ୍ୟାଙ୍କ ବନ୍ଦ କରିଦେଇଛି।