‘ପାରାଦୀପ ବନ୍ଦର ୧୯୬୨-୨୦୨୪’ ସ୍ମାରକୀ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଆଜି 'ପାରାଦୀପ ବନ୍ଦର ୧୯୬୨-୨୦୨୪' ସ୍ମାରକୀ ଉନ୍ମୋଚନ କରିଛନ୍ତି।

ବନ୍ଦର ଅବସରପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ

ଭୁବନେଶ୍ଵର, ୦୧/୦୨/୨୦୨୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ପାରାଦୀପ ବନ୍ଦର ୧୯୬୨-୨୦୨୪’ର ସ୍ମାରକୀ ଉନ୍ମୋଚନ କରିଛନ୍ତି।

ଏହି ପୁସ୍ତକରେ ପାରାଦୀପ ବନ୍ଦରର ଇତିହାସ, ଏକ ସହର ଭାବରେ ପାରାଦୀପର ବିକାଶ ଉପରେ ଏହାର ପ୍ରଭାବ, ଏହାର ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧି, ଜୀବନ ଏବଂ ସଂସ୍କୃତିକୁ ଦର୍ଶାଯାଇଛି। ଏଥିରେ ୫୦ରୁ ଅଧିକ ଲେଖା, ପରିସଂଖ୍ୟାନ ଓ ମାନଚିତ୍ର ଏବଂ ୧୦୦ରୁ ଅଧିକ ବିରଳ ଚିତ୍ର ରହିଛି।

ପାରାଦୀପ ବନ୍ଦରର ଅବସରପ୍ରାପ୍ତ କର୍ମଚାରୀମାନେ ଏହି ପୁସ୍ତକ ପ୍ରକାଶ କରିଛନ୍ତି। ଉନ୍ମୋଚନ ସମୟରେ ପାରାଦୀପ ବନ୍ଦର ଅବସରପ୍ରାପ୍ତ କର୍ମଚାରୀ କ୍ଲବର ସଭାପତି କ୍ୟାପଟେନ୍ ଉମେଶ ଚନ୍ଦ୍ର ପଟ୍ଟନାୟକ ଓ ସମ୍ପାଦକ ବସନ୍ତ ନାୟକ ଉପସ୍ଥିତ ଥିଲେ।