ଆଦିବାସୀ ହୋଇଥିବାରୁ ମୁଁ ଗର୍ବିତ: ଚମ୍ପାଇ

ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ସେ ଗର୍ବିତ ବୋଲି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ କହିଛନ୍ତି।

ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଚମ୍ପାଇ

ଝାଡ଼ଖଣ୍ଡ, ୦୩/୦୨/୨୦୨୪: ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ଶନିବାର କହିଛନ୍ତି ଯେ ସେ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଗର୍ବିତ।

ଝାଡଖଣ୍ଡର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ତାଙ୍କ ଏକ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଛନ୍ତି ଯେ “ସେ ବିଶ୍ୱର ସବୁଠାରୁ ପୁରାତନ ଜୀବନ୍ତ ସଭ୍ୟତାର ଅଟନ୍ତି, ଯିଏ କେବେ କାହାକୁ କ୍ଷତି ପହଞ୍ଚାଇବାକୁ ଚାହାଁନ୍ତି ନାହିଁ। ଇଜିପ୍ଟର ଫାରୋଙ୍କଠାରୁ ଆରମ୍ଭ କରି ମେସୋପୋଟାମିଆ ପର୍ଯ୍ୟନ୍ତ ପୃଥିବୀର ଅନେକ ସଭ୍ୟତାର ଅନ୍ତ ଘଟିଛି, କିନ୍ତୁ ଆମେ ବଞ୍ଚିଯାଇଛୁ କାରଣ ଆମେ ପ୍ରକୃତି ଉପାସକ ଏବଂ ପ୍ରତ୍ୟେକ ସମସ୍ୟା ସହ ଲଢ଼ିବାର ସାହସ ରଖିଛୁ। ଆମେ ଦୁନିଆର ସବୁଠାରୁ ପୁରାତନ ଜୀବନ୍ତ ସଭ୍ୟତାର ସଦସ୍ୟ, ଯିଏ କେବେ କାହାର କ୍ଷତି କରିବାକୁ ଚାହୁଁନଥିଲୁ।” ଗର୍ବିତ ଆଦିବାସୀ ବୋଲି ସୋରେନ୍ ଏକ୍ସରେ ଲେଖିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଜମି ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ଗିରଫ କରିବା ପରେ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳର ନେତା ଚମ୍ପାଇ ସୋରେନ ରାଞ୍ଚିର ରାଜଭବନରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।