ମାନସିକ ଭାରସାମ୍ୟ ହରାଇଲେଣି ପ୍ରଦୀପ: ବିକ୍ରମ ପଣ୍ଡା

ପ୍ରଦୀପ ଜାଣିଛନ୍ତି, ତାଙ୍କ ବିରୋଧରେ ପ୍ରାଥମିକ ତଥ୍ୟ ପ୍ରମାଣ ଅଛି, ଯାହା ପାଇଁ ତାଙ୍କ ବିରୋଧରେ କଠୋର ଦଣ୍ଡବିଧାନ ହେବ ବୋଲି ବିକ୍ରମ ପଣ୍ଡା କହିଛନ୍ତି।

ଗୋପାଳଙ୍କ କଥା ଗୁରୁତ୍ୱହୀନ: ବିଜେଡି

ଭୁବନେଶ୍ବର, ୦୨/୦୨/୨୦୨୪: ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କୁ ଚାକିରି ନାଁରେ ଲୁଟିଥିବା ପ୍ରଦୀପ ପାଣିଗ୍ରାହୀ ଏବେ ମାନସିକ ଭାରସାମ୍ୟ ହରାଇ ବସିଲେଣି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କୋର୍ଟ ଚାର୍ଜଫ୍ରେମ କରିବା ପରେ ତାଙ୍କର ମୁଣ୍ଡ ଦୋଷ ବାହାରିଛି ଓ ସେ ପାଗଳର ପ୍ରଳାପ କରୁଛନ୍ତି ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଦୀପ ପାଣିଗ୍ରାହୀ ଭଲ ଭାବେ ଜାଣିଛନ୍ତି, ତାଙ୍କ ବିରୋଧରେ ପ୍ରାଥମିକ ତଥ୍ୟ ପ୍ରମାଣ ଅଛି ଓ ଏହି ମାମଲାରେ ତାଙ୍କ ବିରୋଧରେ କଠୋର ଦଣ୍ଡବିଧାନ ହେବ। ତେଣୁ ଏଭଳି ବ୍ୟକ୍ତି ଯେଉଁ ଦଳକୁ ଯିବେ, ତାଙ୍କୁ ଓଡି଼ଶାବାସୀ ପ୍ରତ୍ୟାଖାନ କରିବେ। ସେ ଅନ୍ୟ ଦଳକୁ ଯିବା ପାଇଁ କହୁଥିବା କଥାକୁ ମଧ୍ୟ ରାଜ୍ୟବାସୀ ଗୁରୁତ୍ୱ ଦେଉ ନାହାନ୍ତି।