ସଫଳ ଛାତ୍ରଛାତ୍ରୀ ରାଜ୍ୟର ଉନ୍ନତିରେ ଯୋଗ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ସମ୍ବଲପୁର ଆଇଆଇଏମ୍ ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର, ୦୩/୦୧/୨୦୨୪: ସମ୍ବଲପୁର ଜିଲ୍ଲାର ବସନ୍ତପୁରଠାରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍)ର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି।

ଆଇଆଇଏମ କ୍ୟାମ୍ପସର ଉଦଘାଟନୀ ଉତ୍ସବରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଞ୍ଚ ସେୟାର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସମ୍ବଲପୁର ଆଇଆଇଏମର ନୂତନ ଭିତ୍ତିଭୂମି ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏହାର ଉଦଘାଟନୀ ସମାରୋହରେ ଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ, ଆଇଆଇଏମ୍ ଶିକ୍ଷାର ଗୁଣାତ୍ମକ ମାନ ପାଇଁ ଜଣାଶୁଣା। ଆଜି ଆପଣମାନଙ୍କ ମଧ୍ୟରୁ ଅଧିକାଂଶ କର୍ପୋରେଟ୍ କ୍ଷେତ୍ରରେ ଚାକିରି କରି ସୁରକ୍ଷିତ କରନ୍ତି ଏବଂ ଆଇଆଇଏମରୁ ସ୍ନାତକ ହାସଲ କରିବା ସମୟରେ ବିଶ୍ୱର ଶ୍ରେଷ୍ଠ କମ୍ପାନିଗୁଡ଼ିକରେ ସଫଳ ନିଯୁକ୍ତି ପାଇଛନ୍ତି।

ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେଉଁମାନେ ନିଜ କ୍ୟାରିୟରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି, ସେମାନେ ନିଜ ରାଜ୍ୟ ପାଇଁ ଯୋଗଦାନ କରନ୍ତୁ। କେବଳ ସେମାନଙ୍କ ସ୍କୁଲକୁ ଆଲୁମିନି ଭାବରେ ଚିନ୍ତା କରନ୍ତୁ ନାହିଁ। କିନ୍ତୁ ‘ରାଜ୍ୟର ପୂର୍ବତନ ଛାତ୍ର’ ହୋଇ ସେମାନଙ୍କ ଜ୍ଞାନ ଓ ବିଶାଳ ଅଭିଜ୍ଞତା ବାଣ୍ଟି ଯୋଗଦାନ କରିବେ। ଏହା ପ୍ରକୃତରେ ରାଜ୍ୟକୁ ପରିବର୍ତ୍ତନ ଏବଂ ଉନ୍ନତି ଆଣିବାରେ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି କହିଥିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଭାରତ ପାଇଁ ଏକ ନୂତନ ଦିଗ ସ୍ଥିର କରିଛନ୍ତି ଏବଂ ଆମେ ଏକ ଅର୍ଥନୈତିକ ଶକ୍ତିଶାଳୀ ହେବା ପଥରେ ଗତି କରୁଛୁ। ଓଡ଼ିଶା ପୂର୍ବ ଭାରତର ଉତ୍ପାଦନ କେନ୍ଦ୍ରରେ ପରିଣତ ହେବା ପାଇଁ ଆମର ପ୍ରୟାସ ରହିଛି ଏବଂ ଏଥିପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ମୁଁ ନିଶ୍ଚିତ ।

ଷ୍ଟାର୍ଟଅପ ଦିଗରେ କ୍ୟାରିୟର ଗଢିବା ପାଇଁ ଯୁବପିଢିଙ୍କୁ କହିଥିଲେ ଯେ, ଭାରତରେ ଷ୍ଟାର୍ଟଅପ୍ ପାଇଁ ଏହା ହେଉଛି ସୁବର୍ଣ୍ଣ ସମୟ। ଷ୍ଟାର୍ଟଅପର ପ୍ରୋତ୍ସାହନ ପାଇଁ ଓଡ଼ିଶା ଦେଶରେ ଶ୍ରେଷ୍ଠ ପ୍ରଦର୍ଶନ କରୁଛି। ଆମର ଯୁବପିଢ଼ିଙ୍କୁ ନିଯୁକ୍ତି ସୃଷ୍ଟି ପାଇଁ ସେମାନଙ୍କ ଅଭିନବ ଚିନ୍ତାଧାରାକୁ ବ୍ୟବହାର କରିବା ପାଇଁ ବିନିଯୋଗ କରାଯିବା ଉଚିତ। ଯୁବପିଢ଼ିଙ୍କ ଶକ୍ତି, ପ୍ରତିଭା ଏବଂ ଅଭିନବ ଦକ୍ଷତା ନିଶ୍ଚିତ ଭାବରେ ଆମ ଦେଶକୁ ଏକ ଭବିଷ୍ୟତକୁ ନେଇଯିବ ଯାହା ବିଶ୍ୱ ପାଇଁ ଏକ ମାର୍ଗଦର୍ଶକ ହେବ।