ଚିନ୍ତାରେ ଓଡ଼ିଶା ବିଜେପି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ।

ଡବଲ ଇଞ୍ଜିନ ସରକାର ପ୍ରସଙ୍ଗରେ କିଛି କହିଲେନି ମୋଦି

ଭୁବନେଶ୍ବର, ୦୩/୦୨/୨୦୨୪: ଆଜି ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଦିନିକିଆ ଓଡ଼ିଶା ଗସ୍ତରେ ମୋଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କରିଛନ୍ତି। ପରେ ମୋଦି ସମ୍ବଲପୁରରେ ଆୟୋଜିତ ହୋଇଥିବା ଏକ ସାଧାରଣ ସଭାକୁ ଉଦବୋଧନ ଦେଇଥିଲେ। ପୂର୍ବରୁ ଏହି ଦଳୀୟ ସଭାରେ ମୋଦିଙ୍କ ଉଦବୋଧନ ଉପରେ ସବୁ ରାଜନୈତିକ ସମୀକ୍ଷକଙ୍କ ନଜର ରହିଥିଲା। ମୋଦି ରାଜ୍ୟ ସରକାର ଓ ସରକାରୀ ଦଳ ସମ୍ପର୍କରେ କିଛି ଅଭିଭାଷଣ ରଖିବେ କି ନାହିଁ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା। ସମସ୍ତେ ଭାବିଥିଲେ ଆଜି ମୋଦି ନିଶ୍ଚିତ ସରକାରଙ୍କ ଆକ୍ଷେପରେ କିଛି ଭାଷଣ ରଖିବେ।

ସମ୍ବଲପୁର ରେମେଡ୍ ସଭାରେ ମୋଦି ତାଙ୍କ ଅଭିଭାଷଣରେ ସ୍ୱାଭାବିକ ବିଜେପି ସରକାରଙ୍କ ସଫଳତାର କାହାଣୀ ବଖାଣିଥିଲେ। ଦୀର୍ଘ ୯ ବର୍ଷ ଭିତରେ ବିଜେପି ହାସଲ କରିଥିବା ସଫଳତା ଗାନ କରିଥିଲେ। ପ୍ରତ୍ୟେକ ଯୋଜନା ସହ କିପରି ଗରିବଙ୍କ ପାଇଁ ପ୍ରତିଟି ଯୋଜନା କାର୍ଯ୍ୟକାରୀ ହୋଇ ପାରିଛି ସେ ସଂକ୍ରାନ୍ତରେ କହିଥିଲେ। କିନ୍ତୁ ସଭିଙ୍କ ଅପେକ୍ଷାରେ ଥିବା ରାଜ୍ୟ ସରକାର ବିରୋଧୀ ଭାଷଣ କିନ୍ତୁ ଦେଇ ନାହାନ୍ତି।

ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ବିଜୁ ଜନତା ଦଳ ପ୍ରସଙ୍ଗରେ ପଦୁଟିଏ ମଧ୍ୟ କିଛି କହି ନାହାନ୍ତି। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବ ବୋଲି ରାଜ୍ୟ ବିଜେପି ଯେଉଁ ଡିଣ୍ଡିମ ପିଟୁଥିଲେ, ସେଥିରେ ଏକ ପ୍ରକାର ପାଣି ଫାଟି ଯାଇଥିବାର ଲକ୍ଷ କରାଯାଇଛି। ଏହା ମଜବୁରି ନା ମଜବୁତି ରାଜନୈତିକ ସମୀକ୍ଷକ ପ୍ରଶ୍ନ କରିଛନ୍ତି।

ବୋଧ ହୁଏ, ମୋଦି ଆକଳନ କରି ସାରିଛନ୍ତି ଯେ, ସେ ରାଜ୍ୟ ବିଜେପି ନେତା ୨୦୨୪ରେ ଓଡିଶାରେ ସରକାର ଗଠନ କରି ପାରିବେ ନାହିଁ, ସେଥିପାଇଁ ସେ ଓଡ଼ିଶା ସରକାର ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ବିଷୟରେ ପଦୁଟିଏ ବି କହି ନାହାନ୍ତି। ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ବିଜେଡି ସମର୍ଥନ କରିଥିଲା ବେଳେ ମୋଦି ଏବେ ଜାଣିଶୁଣି ବିଜେଡି ସରକାର ଓ ବିଜେଡି ସମର୍ଥକଙ୍କ ବିରୋଧରେ କିଛି ନ କହି ଚୁପ ରହିଛନ୍ତି ବୋଲି ସମସ୍ତେ କହୁଛନ୍ତି।

ସମସ୍ତେ ଭାବିଥିଲେ ମୋଦିଙ୍କ ଭାଷଣ ତୀକ୍ଷଣ ହେବ, କିନ୍ତୁ ଦଳର ସର୍ବୋଚ୍ଚ ନେତା କିଛି ବି କହି ନାହାନ୍ତି। ରାଜ୍ୟ ସରକାରଙ୍କୁ ରାଜ୍ୟ ବିଜେପି ଘେରୁଥିବା ପ୍ରସଙ୍ଗରେ ମୋଦି ସମ୍ପୂର୍ଣ୍ଣ ଚୁପ ରହିଥିବା ସହ କୌଣସି ଆକ୍ଷେପ କରି ନାହାନ୍ତି। ଯାହାକୁ ରାଜନୈତିକ ବିଶେଷଜ୍ଞମାନେ ରାଜ୍ୟ ବିଜେପିର ଦୁର୍ବଳତା ପଦାରେ ପଡିଛି ବୋଲି ଚର୍ଚ୍ଚା କରିଛନ୍ତି। ମୋଦିଙ୍କ ଭାଷଣ ଶୁଣିବା ପାଇଁ ପୂର୍ବରୁ ଉତ୍ସାହିତ ଥିବା ଲୋକ ମାନଙ୍କ ମନରେ ମଧ୍ୟ ଆଶ୍ଚର୍ଯ୍ୟଜନକ ସୃଷ୍ଟି ହୋଇଛି। ତେବେ ଏହା ବିଜେପିର ନିର୍ବାଚନ ପ୍ରଚାର ପାଇଁ ଏକ ସ୍ବତନ୍ତ୍ର ତରିକା ନୁହେଁ ତ। ଜାଣିଶୁଣି ଏପରି କରି ବିଜେଡି ସମର୍ଥକଙ୍କୁ ଆଉ ନିଜ ପଟକୁ ଟାଣିବାର ଏକ ପ୍ରୟାସ ନୁହେଁ ତ।

ପୂର୍ବରୁ ମଧ୍ୟ ମୋଦି ବାଲେଶ୍ୱର ଆସିବା ବେଳେ ବିଜେଡିକୁ ଟାର୍ଗେଟ ନ କରି କଂଗ୍ରେସକୁ ଟାର୍ଗେଟ କରିଥିଲେ। ଏଥର ମଧ୍ୟ ସେଇଆ ହୋଇଛି। ତାଙ୍କ ଭାଷଣରେ କଂଗ୍ରେସକୁ ଟାର୍ଗେଟ କରିଥିଲେ। କେବଳ ବିଜେପିର ସଫଳତାଗାନ ଓ କଂଗ୍ରେସକୁ ଟାର୍ଗେଟ କରି ତାଙ୍କ ଅଭିଭାଷଣ ଶେଷ କରିଛନ୍ତି। ଏବେ ଦେଖିବା ବାକି ରହିଲା, କଂଗ୍ରେସ ନେତା ରାହୁଲ ଗାନ୍ଧି କିଭଳି ରାଜନୈତିକ ରଣନୀତି ଆପଣାଉଛନ୍ତି।