ବିରମିତ୍ରପୁରରୁ ଆରମ୍ଭ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା

•ଆସନ୍ତା କାଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଓଡ଼ିଶାରେ ଆସି ପହଞ୍ଚିଛନ୍ତି। •ରାହୁଲ ୩ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି। •ସୁନ୍ଦରଗଡ଼ରୁ ଆରମ୍ଭ କରିବେ ନ୍ୟାୟ ଯାତ୍ରା

୧୫ ମିନିଟର ଭାଷଣ ଉପରେ ରାଜନୈତିକ ବିଶେଷଜ୍ଞଙ୍କ ନଜର

ଭୁବନେଶ୍ବର, ୦୭/୦୨/୨୦୨୪: ଓଡ଼ିଶାରେ ଗତ କାଲି ପହଞ୍ଚିଛି ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା। ରାହୁଲ ଗାନ୍ଧି ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଝାଡ଼ଖଣ୍ଡରୁ ଆସି ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରରେ ପହଞ୍ଚିଥିଲେ ରାହୁଲ ଗାନ୍ଧି। ବୀରମିତ୍ରପୁରରେ ରାଜ୍ୟ କଂଗ୍ରେସ ନେତା ବିପୁଳ ସମ୍ବର୍ଦ୍ଧନା ସହ ସ୍ୱାଗତ ଜଣାଇଥିଲେ।

ଓଡ଼ିଶା ଗସ୍ତରେ ଆସି ଗତ କାଲି ଗଣମାଧ୍ୟମକୁ ରାହୁଲ କହିଥିଲେ ଯେ, “ଓଡ଼ିଶାକୁ ଆସି ଆଜି ବହୁତ ଭଲ ଲାଗୁଛି। ଘୃଣାର ବଜାରରେ ଆପଣମାନେ ପ୍ରେମର ଦୋକାନ ଖୋଲିଛନ୍ତି। ଭାରତକୁ ଯୋଡ଼ିବା ମୋର ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ। ଆଦିବାସୀ, ଦଳିତ, କୃଷକ, ମହିଳାଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ଏ ଯାତ୍ରା। ଆଗାମୀ ୩ ଦିନ ଯାଏଁ ମୁଁ ଓଡ଼ିଶାରେ ରହିବି, ଲୋକଙ୍କ କଥା ଶୁଣିବି। ସେ ୧୫ ମିନିଟର ଭାଷଣ ଦେବା ସହ ୭ରୁ ୮ ଘଣ୍ଟା ଲୋକମାନଙ୍କୁ ଭେଟିବେ ବୋଲି ସେ କହିଥିଲେ।

ସେହିପରି ଆଜି ରାଜଗାଙ୍ଗପୁର, କୁତ୍ରା ଓ ବଡ଼ଗାଁ ଦେଇ ସୁନ୍ଦରଗଡ଼ରେ ପହଞ୍ଚିଛନ୍ତି। ରାଉରକେଲାର ବେଦବ୍ୟାସ ମନ୍ଦିରରେ କିଛି ସମୟ ପାଇଁ ରହି ପୂଜାର୍ଚ୍ଚନା କରିଛନ୍ତି ରାହୁଲ। ସୁନ୍ଦରଗଡ଼ ବିରମିତ୍ରପୁର ରାମପାଲରୁ ନ୍ୟାୟ ଯାତ୍ରା ଆରମ୍ଭ ହେବ। ସୁନ୍ଦରଗଡ଼ରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ କୁତ୍ରାରେ ଏକ ସାଧାରଣ ସଭାରେ ଯୋଗ ଦେବେ। ପାନପୋଷରେ ଏକ ସମାବେଶରେ ମଧ୍ୟ ଉଦବୋଧନ ଦେବେ। ସୁନ୍ଦରଗଡ଼ରୁ ନ୍ୟାୟ ଯାତ୍ରା ଆରମ୍ଭ କରିବା ସହ ଉଦିତନଗର ଛକରୁ ପାନପୋଷ ଛକ ଯାଏ ଯାତ୍ରା କରିବେ। ଆସନ୍ତାକାଲି ଝାରସୁଗୁଡ଼ାରେ ପଦଯାତ୍ରା ପରେ ଛତିଶଗଡ଼ ଯିବେ।

ବହୁ ବର୍ଷ ପରେ ରାହୁଲ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଶାଣିତ ଢଙ୍ଗରେ ଅନ୍ୟ ରାଜନୈତିକ ଦଳକୁ ଆକ୍ରମଣ କରିବାର ସମ୍ଭାବନା ରହିଛି। ତେବେ ଆଗକୁ ନିର୍ବାଚନ ଆସୁଥିବାରୁ ଓଡ଼ିଶାରେ ତାଙ୍କ ଗସ୍ତର ନିହାତି ପ୍ରଭାବ ରହିବ। ଗତ କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିଥିବା ବେଳେ କେବଳ କଂଗ୍ରେସକୁ ଟାର୍ଗେଟ କରିଥିଲେ। ସେହିଭଳି ବର୍ତ୍ତମାନ ରାହୁଲଙ୍କ ଗସ୍ତର ଉଦବୋଧନ ଉପରେ ବିଭିନ୍ନ ରାଜନୈତିକ ସମୀକ୍ଷକଙ୍କ ନଜର ରହିଛି।