ଓଡ଼ିଶାର ଏଯାଏଁ ପ୍ରଧାନ ବିଚାରପତିଙ୍କ ନାମ ପଢନ୍ତୁ

ଓଡ଼ିଶାର ହାଇକୋର୍ଟରେ ଏଯାଏଁ ୩୪ ଜଣ ପ୍ରଧାନ ବିଚାରପତି ନିଯୁକ୍ତ ହୋଇ ସାରିଛନ୍ତି।

୧୯୪୮ରେ ନିଯୁକ୍ତ ହୋଇଥିଲେ ପ୍ରଥମ ପ୍ରଧାନ ବିଚାରପତି

ଓଡ଼ିଶାକୁ ପାଟନା ହାଇକୋର୍ଟ ଅଧିନରୁ ଅଲଗା ହେବା ପରେ ଓଡ଼ିଶାକୁ ମିଳିଥିଲା ସ୍ୱତନ୍ତ୍ର ହାଇକୋର୍ଟ। ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଭାବେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଘୋଷଣା କରାଯାଇଥିଲା। କିନ୍ତୁ ଓଡ଼ିଶା ପାଇଁ ସ୍ୱତନ୍ତ୍ର ଉଚ୍ଚ ନ୍ୟାୟାଳୟ ଗଠନ ହୋଇନଥିଲା।

ଭାରତ ସରକାର ୧୯୪୮ ମସିହା ଏପ୍ରିଲ ୩୦ ତାରିଖରେ ଭାରତ ସରକାରଙ୍କ ଆଇନ, ୧୯୩୫ର ଧାରା ୨୨୯(୧) ଅନୁଯାୟୀ ଓଡ଼ିଶା ହାଇକୋର୍ଟଙ୍କ ଆଦେଶ, ୧୯୪୮ ଜାରି କରିଥିଲେ। ଶେଷରେ ୧୯୪୮ ମସିହା ଜୁଲାଇ ୨୬ ତାରିଖରେ ଓଡ଼ିଶା ହାଇକୋର୍ଟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଥିଲା। ଏହା ପରେ ଓଡ଼ିଶା ହାଇକୋର୍ଟକୁ ନୂତନ ବିଚାରପତି ମିଳିଥିଲେ।

ନିମ୍ନରେ ଏଯାବତ୍ ହାଇକୋର୍ଟର ପ୍ରଧାନ ବିଚାରପତି ଥିବା ବ୍ୟକ୍ତିଙ୍କ ତାଲିକା:
ଜଷ୍ଟିସ ବୀର କିଶୋର ରାୟ ୨୬ ଜୁଲାଇ ୧୯୪୮
ଜଷ୍ଟିସ ବି ଜଗନ୍ନାଥ ଦାସ ୩୧ ଅକ୍ଟୋବର ୧୯୫୧
ଜଷ୍ଟିସ ଲିଙ୍ଗରାଜ ପାଣିଗ୍ରାହୀ ୪ ମାର୍ଚ୍ଚ ୧୯୫୩
ଜଷ୍ଟିସ୍ ଆର୍ ଏଲ୍ ନରସିଂହମ୍ ୨୨ ମାର୍ଚ୍ଚ ୧୯୫୬
ଜଷ୍ଟିସ ଖଲିଲ ଅହମ୍ମଦ ୧୮ ଜାନୁଆରୀ ୧୯୬୫
ଜଷ୍ଟିସ ସତ୍ୟଭୂଷଣ ବର୍ମନ ୬ ଏପ୍ରିଲ ୧୯୬୭
ଜଷ୍ଟିସ ଗତିକୃଷ୍ଣ ମିଶ୍ର ୧ ମଇ ୧୯୬୯
ଜଷ୍ଟିସ ଶିବ ନାରାୟଣ ଶଙ୍କର ୧ ନଭେମ୍ବର ୧୯୭୫
ଜଷ୍ଟିସ ସୁକାନ୍ତ କିଶୋର ରାୟ ୧୩ ଅକ୍ଟୋବର ୧୯୭୭
ଜଷ୍ଟିସ ରଙ୍ଗନାଥ ମିଶ୍ର ୧୬ ଜାନୁଆରୀ ୧୯୮୧
ଜଷ୍ଟିସ ଡମ୍ବରୁଧର ପାଠକ ୧୧ ଅଗଷ୍ଟ ୧୯୮୩
ଜଷ୍ଟିସ ହରି ଲାଲ ଅଗ୍ରୱାଲ ୧ ମେ ୧୯୮୬
ଜଷ୍ଟିସ୍ ବି.ଏଲ୍.ହଂସାରିଆ ୨୨ ଫେବୃଆରୀ ୧୯୯୦
ଜଷ୍ଟିସ ଜି.ଟି.ନାନାବତୀ ୩୧ ଜାନୁଆରୀ ୧୯୯୪
ଜଷ୍ଟିସ୍ ଭି.ଏ. ମୋହତା ୨୮ ସେପ୍ଟେମ୍ବର ୧୯୯୪
ଜଷ୍ଟିସ୍ ଏସ୍ ଏନ୍ ଫୁକାନ ୨ ଅଗଷ୍ଟ ୧୯୯୬
ଜଷ୍ଟିସ ବିଶ୍ୱନାଥ ଅଗ୍ରୱାଲ ୧୮ ନଭେମ୍ବର ୧୯୯୯
ଜଷ୍ଟିସ୍ ଏନ୍ ୱାଇ ହନୁମନ୍ତପ୍ପା ୧୭ ଫେବୃଆରୀ ୨୦୦୧
ଜଷ୍ଟିସ୍ ପି.କେ.ବାଲାସୁବ୍ରମଣ୍ୟନ୍ ୫ ଡିସେମ୍ବର ୨୦୦୧
ଜଷ୍ଟିସ ସୁଜିତ ବର୍ମନ ରାୟ ୯ ଏପ୍ରିଲ ୨୦୦୩
ଜଷ୍ଟିସ ଏ.କେ.ଗାଙ୍ଗୁଲି ୨ ମାର୍ଚ୍ଚ ୨୦୦୭
ଜଷ୍ଟିସ୍ ବି.ଏସ୍. ଚୌହାନ ୧୬ ଜୁଲାଇ ୨୦୦୮
ଜଷ୍ଟିସ ବିଲାଲ ନାଜକି ୧୪ ନଭେମ୍ବର ୨୦୦୯
ଜଷ୍ଟିସ ଭି ଜି ଗୋପାଳ ଗୌଡା ୨୫ ମାର୍ଚ୍ଚ ୨୦୧୦
ଜଷ୍ଟିସ ସି ନାଗପନ ୨୭ ଫେବୃଆରୀ ୨୦୧୩
ଜଷ୍ଟିସ ଏ.କେ.ଗୋଏଲ ୧୨ ଅକ୍ଟୋବର ୨୦୧୩
ଜଷ୍ଟିସ ଅମିତାଭ ରାୟ ୦୬ ଅଗଷ୍ଟ ୨୦୧୪
ଜଷ୍ଟିସ୍ ଡି.ଏଚ୍. ୱାଘେଲା ୦୪ ଜୁନ୍ ୨୦୧୫
ଜଷ୍ଟିସ ବିନୀତ ସରନ ୨୬ ଫେବୃଆରୀ ୨୦୧୬
ଜଷ୍ଟିସ କେ.ଏସ୍ ଜାଭେରୀ ୧୨ ଅଗଷ୍ଟ ୨୦୧୮
ଜଷ୍ଟିସ ମହମ୍ମଦ ରଫିକ୍ ୨୭ ଏପ୍ରିଲ ୨୦୨୦
ଜଷ୍ଟିସ୍ ଏସ୍ ମୁରଲୀଧର ୪ ଜାନୁଆରୀ ୨୦୨୧
ଜଷ୍ଟିସ୍ ଶୁଭାଶିଷ ତାଳପାତ୍ର ୮ ଅଗଷ୍ଟ ୨୦୨୩
ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ ୦୭ ଫେବୃଆରୀ ୨୦୨୪