ଅନୁଭବ-ବର୍ଷାଙ୍କ ଛାଡପତ୍ର

ଚର୍ଚ୍ଚିତ ଯୋଡି ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଛି ବୋଲି ଅନୁଭବ ଏକ୍ସରେ ସୂଚନା ଦେଇଛନ୍ତି।

ବିବାହର ୧୦ ବର୍ଷ ପୂର୍ତ୍ତି ପୂର୍ବରୁ ହେଲେ ଅଲଗା

ଭୁବନେଶ୍ବର, ୦୮/୦୨/୨୦୨୪: ସେଲିବ୍ରିଟି ଯୋଡ଼ି ତଥା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଛି। ଗତ କିଛି ଦିନ ଧରି ସାରା ରାଜ୍ୟରେ ଚର୍ଚ୍ଚାରେ ଥିବା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଚ୍ଛେଦ ମାମଲାରେ ବଡ଼ ଘଟଣା ସାମ୍ନାକୁ ଆସିଛି। ଆଜି ସେମାନଙ୍କ ବିବାହକୁ ୧୦ ବର୍ଷ ପୂରୁଛି। ବିବାହର ୧୦ ବର୍ଷ ପୂର୍ତ୍ତି ପୂର୍ବରୁ ଛାଡପତ୍ର ହୋଇଯାଇଛି।

ଏ ନେଇ ଅନୁଭବ ସୋସିଆଲ ମିଡ଼ିଆ ସାଇଟ ଏକ୍ସରେ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି। କହିଛନ୍ତି ୧୦ ବର୍ଷ ଧରି ମିଛ ବିବାହ ବନ୍ଧନରେ ଥିଲି। ହୃଦୟହୀନ ସମ୍ପର୍କ ସହ ୧୦ ଜଣଙ୍କ ପାଇଁ ଏହା ଅତ୍ୟନ୍ତ ଅର୍ଥହୀନ, ମୂଲ୍ୟହୀନ ଓ ଯନ୍ତ୍ରଣାଦାୟକ ବର୍ଷ ଥିଲା। ବର୍ଷାଙ୍କ ଖୁସି ପାଇଁ ପ୍ରାର୍ଥନା କରୁଛି।