ସଂସଦରେ ୫୫ ନଂ ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇଲେ ଢେଙ୍କାନାଳ ସାଂସଦ

•ସଂସଦରେ ୫୫ ନମ୍ବର ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇଲେ ଢେଙ୍କାନାଳ ସାଂସଦ ମହେଶ ସାହୁ। •କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଦାବି ଉଠାଇଲେ।

ଓଡ଼ିଶାର ଭାଗ୍ୟରେଖା ୫୫ ନଂ ଜାତୀୟ ରାଜପଥ

ଅନୁଗୁଳ, ୦୮/୦୨/୨୦୨୪: ଗୁରୁବାର ଦିନ ସଂସଦରେ ୫୫ନଂ ଜାତୀୟ ରାଜପଥ ନିର୍ମାଣ ନେଇ ପ୍ରସଙ୍ଗ ଉଠାଇଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ। ଶ୍ରୀ ସାହୁ କହିଥିଲେ, ୫୫ନଂ ଜାତୀୟ ରାଜପଥ ଉତ୍ତର ଓ ପୂର୍ବ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାକୁ ଏହି ରାଜପଥ ସଂଯୋଗ କରୁଛି। ଏହି ରାଜପଥକୁ ଓଡ଼ିଶାର ଅନ୍ୟତମ ଭାଗ୍ୟରେଖା ବୋଲି କୁହାଯାଉଛି। ଜାତୀୟ ରାଜପଥ ପ୍ରାଧିକରଣ ଏହି ରାଜପଥର ପ୍ରଶସ୍ତିକରଣ ନେଇ ଗତ କିଛି ବର୍ଷ ହେଲା କାମ ଆରମ୍ଭ ହୋଇଥିଲେ ମଧ୍ୟ କାମ ସରୁ ନାହିଁ। ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବଙ୍କ ନେତୃତ୍ବରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରିଙ୍କୁ ଭେଟି ଏଥିନେଇ ଅନେକ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ରାସ୍ତା ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ହେତୁ ଅନେକ ଦୁର୍ଘଟଣା ଘଟି ବହୁ ଧନଜୀବନ ଗଲାଣି। ତେଣୁ କେନ୍ଦ୍ର ସରକାର ତୁରନ୍ତ ଏହି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ସାରିବାକୁ ଶ୍ରୀ ସାହୁ ନିବେଦନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ୫୫ ନମ୍ବର ଜାତୀୟ ରାଜପଥ ଓ ମେଡ଼ିକାଲ କଲେଜ ଦାବୀ ନେଇ ଅନୁଗୁଳ ସଚେତନ ନାଗରିକ ମାନେ ଗତ ଜାନୁୟାରୀ ୧୭ ତାରିଖରୁ ଧାରଣାରେ ବସିଛନ୍ତି।