ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର

ଆଜି ନବୀନ ନିବାସରେ ବିଜେଡିରେ ଯୋଗ ଦେଇଛନ୍ତି ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ସିଇଓ ସଂତୃପ୍ତ ମିଶ୍ର। ସେ କର୍ପୋରେଟ ଜଗତର ଜଣେ ଚର୍ଚ୍ଚିତ ଚେହେରା।

କର୍ପୋରେଟ ଜଗତର ସଫଳ ବ୍ୟକ୍ତିତ୍ୱ ସଂତୃପ୍ତ

ଭୁବନେଶ୍ବର, ୦୯/୦୨/୨୦୨୪: ଆଜି ବିଜେଡିରେ ଯୋଗଦାନ କରିଛନ୍ତି ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ ମୁଖ୍ୟ ସଂତୃପ୍ତ ମିଶ୍ର। ନବୀନ ନିବାସ ଯାଇ ବିଜେଡିରେ ଯୋଗ ଦେଇଛନ୍ତି ସଂତୃପ୍ତ। ତାଙ୍କ ସହ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପିପିଲି ବିଧାୟକ ରୁଦ୍ର ମହାରଥୀ, ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ସହ ପ୍ରମୁଖ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।

ସେ ପୂର୍ବରୁ ବହୁ ରାଷ୍ଟ୍ରୀୟ କମ୍ପାନୀରେ କାମ କରିବା ସହ ଭାରତର କର୍ପୋରେଟ ଜଗତର ହେ ଜଣେ ସଫଳ କର୍ମକାର। ବିର୍ଲା ସମୂହର ସଫଳତା ପଛରେ ସେ ଜଣେ ସଫଳ ବ୍ୟକ୍ତିତ୍ୱ। ସେ ଏକାମ୍ର ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ମଧ୍ୟ ଅଛନ୍ତି।

ବିଜେଡିରେ ଯୋଗଦାନ ନେଇ ତାଙ୍କ ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଜଣେ ଲୋକପ୍ରିୟ ଜନନେତା। ସେ ଦୀର୍ଘ ୨୫ ବର୍ଷ ଧରି ଲୋକପ୍ରିୟତା ପାଇଛନ୍ତି। ରାଜ୍ୟକୁ ଉନ୍ନତି ପଥରେ ଆଗେଇ ନେଉଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି। ଲୋକଙ୍କ ପାଇଁ କାମ କରିବାର ଇଚ୍ଛା ଅଛି। ତେଣୁ ଯାହା ଦାୟିତ୍ୱ ଦିଆଯିବ ସେ ତୁଲାଇବେ।