ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ିର ପ୍ରାର୍ଥୀ ଘୋଷଣା

ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ି ଆଜି ପ୍ରାର୍ଥୀ ଭାବେ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ମନୋନୀତ କରିଛି।

ବିଜେଡ଼ି ସଭାପତିଙ୍କ ସ୍ୱୀକୃତି

ଭୁବନେଶ୍ବର, ୧୨/୦୨/୨୦୨୪: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏପ୍ରିଲରେ ଏହି ଆସନ ଖାଲି ପଡ଼ିବ। ତେଣୁ ଓଡ଼ିଶାର ଏହି ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ।

ଏ ନେଇ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ୨ ଜଣଙ୍କୁ ପ୍ରାର୍ଥୀ କରିଛି। ଏହି ନିର୍ବାଚନ ପାଇଁ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ କରାଯାଇଛି।

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସ୍ୱାକ୍ଷରିତ ଏକ ପ୍ରେସ ବିଜ୍ଞପ୍ତିରେ ଜଣା ପଡ଼ିଛି।