ଛାତ୍ରଛାତ୍ରୀଙ୍କ ପାଇଁ ନୂଆ-ଓ ମ୍ୟାଜିକ୍ ସ୍ମାର୍ଟ କାର୍ଡ

୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯାଜପୁରର ନୂଆ-ଓ ମହୋତ୍ସବରେ ଯୋଗ ଦେଇ ନୂଆ-ଓ ସ୍କଲାରସିପ୍ ସମ୍ପର୍କରେ କ୍ୟାବିନେଟ୍ ନିଷ୍ପତ୍ତି ବିଷୟରେ ବର୍ଣ୍ଣନା କରିଥିଲେ। ରାଜ୍ୟ ବିଶ୍ୱବିଦ୍ୟାଳୟ, ସରକାରୀ ଏବଂ ବେସରକାରୀ ବିଶ୍ୱବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସାଧାରଣ ଡିଗ୍ରୀ ଏବଂ ପିଜି ପାଠ୍ୟକ୍ରମ ପାଇଁ ପ୍ରଯୁଜ୍ୟ ବୃତ୍ତି ସମ୍ପର୍କରେ କହିଥିଲେ। ଛାତ୍ରଙ୍କୁ ବାର୍ଷିକ ୯ ହଜାର ଟଙ୍କା ଓ ଛା2ତ୍ରୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ମିଳିବ। ଯୋଗ୍ୟ ଅନୁସୂଚିତ ଜାତି/ଜନଜାତି ଓ ନିର୍ମାଣ ଶ୍ରମିକ ପରିବାରର ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧୦,୦୦୦ ଟଙ୍କା (ଛାତ୍ର) ଓ ୧୧,୦୦୦ ଟଙ୍କା (ଛାତ୍ରୀ) ମିଳିବ।

ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧୦,୦୦୦ ବୃତ୍ତି: ପାଣ୍ଡିଆନ

ଭୁବନେଶ୍ଵର, ୧୩/୦୨/୨୦୨୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଯାଜପୁର ଜିଲ୍ଲା ଗସ୍ତରେ ଆସିଛନ୍ତି।

ଶ୍ରୀ କାର୍ତ୍ତିକ ପାଣ୍ଡିଆନ୍ ନୂଆ-ଓ ଫେଷ୍ଟରେ ଅଂଶଗ୍ରହଣ କରିବା ସହ ଯାଜପୁର ଜିଲ୍ଲାର ସମସ୍ତ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ, ଯେଉଁଥିରେ ସେ ରାଜ୍ୟ ବିଶ୍ୱବିଦ୍ୟାଳୟ, ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସାଧାରଣ ଡିଗ୍ରୀ ଏବଂ ସ୍ନାତକୋତ୍ତର (ପିଜି) କାର୍ଯ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ନୂଆ-ଓ ବୃତ୍ତି ଉପରେ ରାଜ୍ୟ ସରକାରଙ୍କ ଐତିହାସିକ କ୍ୟାବିନେଟ୍ ନିଷ୍ପତ୍ତି ବିଷୟରେ ବର୍ଣ୍ଣନା କରିଥିଲେ।

ଛାତ୍ରମାନଙ୍କ ପାଇଁ ସର୍ବନିମ୍ନ ବୃତ୍ତି ରାଶି ବାର୍ଷିକ ୯,୦୦୦ ଟଙ୍କା ଏବଂ ଛାତ୍ରୀଙ୍କ ପାଇଁ ବାର୍ଷିକ ୧୦,୦୦୦ ଟଙ୍କା ରହିବ ବୋଲି ସେ ସୂଚନା ଦେଇଛନ୍ତି। ଯୋଗ୍ୟ ଅନୁସୂଚିତ ଜାତି/ଜନଜାତି ଓ ନିର୍ମାଣ ଶ୍ରମିକ ପରିବାରର ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧୦,୦୦୦ ଟଙ୍କା (ଛାତ୍ର) ଓ ୧୧,୦୦୦ ଟଙ୍କା (ଛାତ୍ରୀ) ମିଳିବ।

ଯେଉଁ ଛାତ୍ରଛାତ୍ରୀଙ୍କ ପିତାମାତା ଆୟକର ଦାତା କିମ୍ବା ସରକାରୀ କର୍ମଚାରୀ ଅଟନ୍ତି ସେମାନଙ୍କ ବ୍ୟତୀତ ସମସ୍ତ ଛାତ୍ରଛାତ୍ରୀ ଏହି ବୃତ୍ତି ପାଇଁ ଯୋଗ୍ୟ ଅଟନ୍ତି। ଚଳିତ ଶିକ୍ଷାବର୍ଷ ପାଇଁ ନୂଆ-ଓ ସ୍କଲାରସିପ୍ ଫେବ୍ରୁଆରି ୨୦ ତାରିଖରୁ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇ ଚଳିତ ମାସରେ ହିଁ ଶେଷ ହେବ।

ଆସନ୍ତା ଶିକ୍ଷାବର୍ଷରୁ ୩୦୦ କୋଟି ଟଙ୍କାର ନୂଆ-ଓ କର୍ପସ ପାଣ୍ଠି ଗଠନ କରାଯିବ। ଛାତ୍ରଛାତ୍ରୀଙ୍କୁ ଏହି କର୍ପସ ପାଣ୍ଠିରୁ ବୃତ୍ତି ବାବଦରେ ଅଧିକ ଅର୍ଥ ମିଳିବ।

ସେହିପରି ଅଗଷ୍ଟ ମାସ ସୁଦ୍ଧା ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ମ୍ୟାଜିକ ସ୍ମାର୍ଟ କାର୍ଡ ପ୍ରଦାନ କରାଯିବ, ଯେଉଁଥିରେ ବସ୍/ଟ୍ରେନ୍ ଯାତ୍ରା, ମାଗଣା ୱାଇଫାଇ, ଆକ୍ସେସ୍ ଅନଲାଇନ୍ ପାଠ୍ୟକ୍ରମ, ଦକ୍ଷତା ବିକାଶ, କୋଚିଂ କାର୍ଯ୍ୟକ୍ରମ ଇତ୍ୟାଦି ବିଭିନ୍ନ ଶୈକ୍ଷିକ ଓ ଅତିରିକ୍ତ ପାଠ୍ୟକ୍ରମରେ ଅଂଶଗ୍ରହଣ ଉପରେ ଆଧାରିତ ଅତିରିକ୍ତ ସୁବିଧାର ବ୍ୟବସ୍ଥା କରାଯିବ।

ରାଜ୍ୟ ସରକାରଙ୍କ ଏହି ନୂଆ-ଓ ସ୍କ୍ଲୋରସିପ୍ ଯୋଜନାରେ ପ୍ରାୟ ସାଢ଼େ ୪ ଲକ୍ଷ ୟୁଜି ଛାତ୍ରଛାତ୍ରୀ ଓ ପ୍ରାୟ ୩୨ ହଜାର ପିଜି ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି ବୋଲି ପାଣ୍ଡିଆନ କହିଥିଲେ।