ଛାତ୍ରବୃତ୍ତି ଯୋଜନା ଐତିହାସିକ ନିଷ୍ପତି: ଛାତ୍ର ବିଜେଡ଼ି ସଭାପତି

+୩ ଏବଂ ପିଜି ଛାତ୍ରଛାତ୍ରୀଙ୍କ ନିମନ୍ତେ ନୂଆ ଓ ଛାତ୍ରବୃତ୍ତି ଯୋଜନା ନିଷ୍ପତ୍ତିକୁ ସ୍ବାଗତ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ଛାତ୍ର ବିଜେଡ଼ି।

ନୂଆ-ଓ ଛାତ୍ରବୃତ୍ତି ସ୍ୱାଗତଯୋଗ୍ୟ ପଦକ୍ଷେପ

ଭୁବନେଶ୍ବର, ୧୩/୦୨/୨୦୨୪: ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ +୩ ଏବଂ ପିଜି ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ନୂଆ-ଓ ଛାତ୍ରବୃତ୍ତି ଯୋଜନା ମାଧ୍ୟମରେ ରାଜ୍ୟର ଶିକ୍ଷାକୁ ଅଗ୍ରାଧିକାର ଦିଆଯାଇଛି। ଆଜି ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ଏହି ଅବସରରେ ଛାତ୍ର ବିଜେଡି ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

ଏହି ନୂଆ-ଓ ଛାତ୍ରବୃତ୍ତି ଯୋଜନାରେ ଓଡ଼ିଶା ସରକାରଙ୍କ ସମସ୍ତ ସରକାରୀ ବିଶ୍ଵବିଦ୍ୟାଳୟ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଓ ଅଣ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଓ ସଂସ୍କୃତ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯାଇଛି। ଏହି ଯୋଜନା ମାଧ୍ୟମରେ ଛାତ୍ରମାନଙ୍କୁ ୯ହଜାର ଟଙ୍କା ଓ ଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ଏସସି/ଏସଟି ତଥା ନିର୍ମାଣ ଶ୍ରମିକ ମାନଙ୍କ ଛାତ୍ର ମାନଙ୍କୁ ୧୦ ହଜାର ଏବଂ ଛାତ୍ରୀମାନଙ୍କୁ ୧୧ ହଜାର ଟଙ୍କା ପ୍ରଦାନ କରାଯିବାର ନିଷ୍ପତ୍ତି ହୋଇଛି।

ଏ ନେଇ ଛାତ୍ର ବିଜେଡ଼ି ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, “ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାକ୍ଷେତ୍ରରେ ବିକାଶ ସହ ଛାତ୍ରଛାତ୍ରୀ ମାନଙ୍କ ଗୁଣାତ୍ମକ ବିକାଶ ଉଦ୍ଦେଶ୍ୟରେ ନୁଆ ଓ ଛାତ୍ରବୃତ୍ତି ଯୋଜନା ଏକ ସ୍ଵତନ୍ତ୍ର ଏବଂ ଐତିହାସିକ ନିଷ୍ପତି। ସମଗ୍ର ଛାତ୍ର ସମାଜ ଏହି ଯୋଜନା ନିମନ୍ତେ ଖୁସି ବ୍ୟକ୍ତ କରିଛନ୍ତି। ତତ୍ ସହିତ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପ୍ରତି ଅଗ୍ରାଧିକାର ଦେବା ଘୋଷଣାକୁ ଜଣେ ଛାତ୍ର ସମାଜକୁ ପ୍ରତିନିଧିତ୍ଵ କରୁଥିବା ହେତୁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି। ଆଗାମୀ ଦିନରେ ଶିକ୍ଷା କ୍ଷେତ୍ରର ବିକାଶକୁ ଲକ୍ଷ୍ୟ କରି ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ ପ୍ରୋତ୍ସାହିତ ହେବେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ନୂଆ ଓ ଛାତ୍ରବୃତ୍ତି ଯୋଜନା ଭଳି ବଳିଷ୍ଠ ପଦକ୍ଷେପକୁ ନେ଼ଇ ରାଜ୍ୟର ସମସ୍ତ ଛାତ୍ର ସମାଜକୁ ଅଭିମନ୍ତ୍ରିତ କରିବା ଏହା ପ୍ରତ୍ୟେକ ଛାତ୍ର ବିଜେଡ଼ି କର୍ମକର୍ତ୍ତାଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି।