ସ୍ୱାସ୍ଥ୍ୟସେବାରେ ଉତ୍କର୍ଷତା ପାଇଁ ୧୫୩ ମୁଖ୍ୟମନ୍ତ୍ରୀ ପୁରସ୍କାର

ବ୍ୟକ୍ତିଗତ ସ୍ୱାସ୍ଥ୍ୟସେବା ପେସାଦାର ଏବଂ ଅନୁଷ୍ଠାନକୁ ୧୫୩ ପୁରସ୍କାର। ୨୦୨୨-୨୩ ବର୍ଷ ପାଇଁ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲ ମଧ୍ୟରେ ଏସସିବିକୁ ଶ୍ରେଷ୍ଠ ପୁରସ୍କାର। ଅଶ୍ୱିନୀ କୋଭିଡ ହସ୍ପିଟାଲ, କଟକ ଏବଂ ଆରଏମଆରସି ଭୁବନେଶ୍ବର ଶ୍ରେଷ୍ଠ କେନ୍ଦ୍ର ସରକାରୀ ଅନୁଷ୍ଠାନକୁ ଶ୍ରେଷ୍ଠ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ପୁରସ୍କାର।

୨୮ ଡାକ୍ତର, ୧୬ ପାରାମେଡିକ୍ସ ପାଇଲେ ବ୍ୟକ୍ତିଗତ ପୁରସ୍କାର

ଭୁବନେଶ୍ଵର, ୧୩/୦୨/୨୦୨୪: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ‘ମୁଖ୍ୟମନ୍ତ୍ରୀ ପୁରସ୍କାର’ ପ୍ରଦାନ କରିଛନ୍ତି। ଏହି ପୁରସ୍କାର ଉତ୍ସବର ପ୍ରଥମ ପର୍ଯ୍ୟାୟରେ ୬ଟି ବିଭାଗରେ ୧୫୩ଟି ପୁରସ୍କାର ପ୍ରଦାନ କରାଯାଇଥିଲା।

ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଏହାକୁ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମର ମୂଳଦୁଆ ଭାବେ ଗ୍ରହଣ କରି ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ।

ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନଗୁଡ଼ିକୁ ୫-ଟି ନିର୍ଦ୍ଦେଶନାମାର ଏକ ଅଂଶ ଭାବରେ ସ୍ୱାସ୍ଥ୍ୟସେବାରେ ଉତ୍କର୍ଷତା ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଉଛି ।

ରାଜ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଣ ବ୍ୟବସ୍ଥାରେ ପରିବର୍ତନ ଆଣିବାରେ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନର ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ସ୍ୱରୂପ ମୁଖ୍ୟମନ୍ତ୍ରୀ ଆଜି ୧୫୩ଟି ପୁରସ୍କାର ପ୍ରଦାନ କରିଛନ୍ତି।

ନିମ୍ନଲିଖିତ ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

ଗୁଣବତ୍ତା ପ୍ରମାଣପତ୍ର:
ଏନକ୍ୟୁଏଏସ୍ ସାର୍ଟିଫାଏଡ୍ ହସ୍ପିଟାଲ: ୩ଟି ହସ୍ପିଟାଲ
ଲକସ୍ୟ ସାର୍ଟିଫାଏଡ୍ ହସ୍ପିଟାଲ: ୧୪ଟି ହସ୍ପିଟାଲ
କାୟାକଳ୍ପ ବିଜେତା: ୨୦ ହସ୍ପିଟାଲ

ଉତ୍ତମ ଡାକ୍ତରଖାନା:
ବିଏସକେୱାଇ ତାଲିକାଭୁକ୍ତ ଡାକ୍ତରଖାନା: ୪୭ ଟି ଡାକ୍ତରଖାନା
କୋଭିଡ୍ ହସ୍ପିଟାଲ: ୨ଟି ହସ୍ପିଟାଲ
କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ : ୨ଟି ଅନୁଷ୍ଠାନ

ସରକାରୀ ସ୍ୱାସ୍ଥ୍ୟ ସୁବିଧା ମଧ୍ୟରେ ଶ୍ରେଷ୍ଠ ମାନ୍ୟତା:
ପ୍ରଥମ ପଦବୀ: ୭ଟି ହସ୍ପିଟାଲ
ଦ୍ବିତୀୟ ପଦବୀ: ୪ଟି ହସ୍ପିଟାଲ
ଓ ତୃତୀୟ ପଦବୀ: ୪ଟି ହସ୍ପିଟାଲ

ଡାକ୍ତରଙ୍କ ପାଇଁ ବ୍ୟକ୍ତିଗତ ପୁରସ୍କାର: ୨୮

ପାରାମେଡିକ୍ସ ପାଇଁ ବ୍ୟକ୍ତିଗତ ପୁରସ୍କାର: ୧୬

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱତନ୍ତ୍ର ପୁରସ୍କାର: ୬ଟି ହସ୍ପିଟାଲ

ଏହି ପୁରସ୍କାର ସ୍ୱାସ୍ଥ୍ୟସେବା, ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡ଼ିକ ମଧ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ ହେବ। ଏହାର ଉପଲବ୍ଧତା ସୁନିଶ୍ଚିତ କରି ଓଡ଼ିଶାକୁ ଏକ ଆଦର୍ଶ ରାଜ୍ୟ ହେବା ସହ ସ୍ୱାସ୍ଥ୍ୟ ସେବା ପ୍ରତିଟି କୋଣ ଅନୁକୋଣରେ ପହଞ୍ଚିବ, ଯାହା ଦ୍ୱାରା “ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା” ନିର୍ମାଣ ହେବ।

୨୦୨୨-୨୩ ବର୍ଷ ପାଇଁ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲ ମଧ୍ୟରେ ଏସସିବି ମେଡିକାଲ ଓ ହସ୍ପିଟାଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଭୀମ ଭୋଇ ଏମସିଏଚ୍ ବଲାଙ୍ଗୀର ୨୦୨୨-୨୩ ପାଇଁ ନୂଆ ଏମସିଏଚ୍ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି।

ସେହିଭଳି କଟକର ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ଶ୍ରେଷ୍ଠ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ପୁରସ୍କାର ଏବଂ ଆରଏମଆରସି ଭୁବନେଶ୍ବରକୁ କୋଭିଡ୍ ମହାମାରୀ ସମୟରେ ଅସାଧାରଣ ସେବା ପାଇଁ ବେଷ୍ଟ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଇନଷ୍ଟିଚ୍ୟୁସନ ଆୱାର୍ଡ ମିଳିଥିଲା।