ଉଦଳା: ଘରେ ପଶି ହାଣିଲେ, ବାପ ଝିଅ ଗୁରୁତର

ଉଦଳାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ସ୍ଥାନୀୟ ଜଗନ୍ନାଥି ଅଞ୍ଚଳରେ ଘରେ ପଶି ଭୁଜାଲିରେ ହାଣିଲେ ଯୁବକ।

ଏକତରଫା ପ୍ରେମକୁ ନେଇ ଆକ୍ରମଣ ଆଶଙ୍କା

ଉଦଳା, ୧୩/୨/୨୦୨୪ : ଉଦଳା ସହରରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଜଣେ ଯୁବକ ପ୍ରେମ ସମ୍ପର୍କ କୁ କେନ୍ଦ୍ର କରି ସହରର ୧୧ ନଂ ୱାର୍ଡ ରେ ଘରେ ପଶି ଭୁଜାଲି ରେ ଅଚାନକ ଭାବେ ଅତର୍କିତ ଆକ୍ରମଣ କରି ଗୁରୁତର କରିଦେଇଥିବା ଜଣା ପଡ଼ିଛି । ଜଗନ୍ନାଥି ରେ ଭଡ଼ା ନେଇ ରହୁଥିବା ନରେନ୍ଦ୍ର ବେହେରା (୬୦) ଆଜି ସନ୍ଧ୍ୟାରେ ନିଜ ଝିଅ ବିଶ୍ୱ ସୁମିତି ବେହେରା (୨୫) ଓ ସ୍ତ୍ରୀ ଘରେ ଥିବା ସମୟ ରେ ହଠାତ ଜଣେ ଯୁବକ ଆତର୍କିତ ଭାବେ ଭୁଜାଲି ଦ୍ୱାରା ଝିଅ କୁ ହାଣି ଦେଇଥିଲେ । ତେବେ ଆକ୍ରମଣ ରୁ ରକ୍ଷା କରିବାକୁ ଯାଇ ବାପା ନରେନ୍ଦ୍ର ବେହେରା ମଧ୍ୟ ଆକ୍ରମଣ ର ଶିକାର ବନି ଗୁରୁତର ହୋଇ ପଡିଛନ୍ତି । ପୋଡ଼ଶୀ ଙ୍କ ସୂଚନା ମୁତାବକ ତିନି ଜଣ ଯୁବକ ଆସିଥିବା ବେଳେ ଜଣେ ଘରେ ପଶି ଆକ୍ରମଣ କରିଥିଲେ । ଗୁରୁତର ବାପ ଝିଅ ଙ୍କୁ ଉଦଳା ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି । ମୁଣ୍ଡ ହାତ ରେ ଆକ୍ରମଣ ହୋଇଥିବା ବେଳେ ଗୁରୁତର ଙ୍କୁ ବାରିପଦା ବଡ ଡାକ୍ତରଖାନା ସ୍ଥାନାନ୍ତର କରିଛନ୍ତି ଡାକ୍ତର । ପୋଲିସ ଘଟଣା ସମ୍ପର୍କରେ ତନାଘନା ଆରମ୍ଭ କରିଛନ୍ତି । ତେବେ ଏକତରଫା ପ୍ରେମ ସମ୍ପର୍କ କୁ କେନ୍ଦ୍ର କରି ଏହି ଘଟଣା ଘଟିଥିବେ ବେଳେ ଅଭିଯୁକ୍ତ ଯୁବକ ସୌମ୍ୟ ସୁଜନ ପାଣି ବାରିପଦା ତକତପୁର ଅଞ୍ଚଳ ର ବୋଲି ପରିବାର କହିଛନ୍ତି । ପୋଲିସ ଏନେଇ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଆରମ୍ଭ କରୁଛି ।