ରାଜ୍ୟସଭା ନିର୍ବାଚନ: ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି଼ର ସମର୍ଥନ

ଆସନ୍ତା ୨୭ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଘୋଷଣା କରିଛି।

ପ୍ରେସ ବିଜ୍ଞପ୍ତି ଜାରି

ଭୁବନେଶ୍ବର,୧୪/୦୨/୨୦୨୪: ଆସନ୍ତା ୨୭ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଅଶ୍ୱିନୀ ବୈଷ୍ଣବଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେପି। ଏହା ମଧ୍ୟରେ ଓଡ଼ିଶାର ଶାସକ ବିଜୁ ଜନତା ଦଳ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଜଣାଇଛି।

ଆଗାମୀ ରାଜ୍ୟସଭା-୨୦୨୪ ନିର୍ବାଚନରେ ରାଜ୍ୟର ରେଳ ଓ ଟେଲିକମ୍ ବିକାଶର ବୃହତ୍ତର ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ କେନ୍ଦ୍ର ରେଳମନ୍ତ୍ରୀ, ଯୋଗାଯୋଗ ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିବ ବୋଲି ବିଜେଡି ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଘୋଷଣା କରିଛି।