ଖୋର୍ଦ୍ଧାରେ ନୂଆ ଫୁଡ୍ ପାର୍କ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧାରେ ନୂଆ ଫୁଡ୍ ପାର୍କର ଉଦଘାଟନ ସହ କାଲିବେଟିରେ ଏକ ଇଣ୍ଡଷ୍ଟ୍ରିଆଲ ପାର୍କ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଇଣ୍ଡଷ୍ଟ୍ରିଆଲ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ ରୋଜଗାରକୁ ବଡ଼ ଧରଣର ପ୍ରୋତ୍ସାହନ: ମୁଖ୍ୟମନ୍ତ୍ରୀ

 

ଭୁବନେଶ୍ଵର, ୧୫/୦୨/୨୦୨୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧାରେ ଇଡକୋ ପକ୍ଷରୁ ସ୍ଥାପିତ ନୂଆ ଫୁଡ୍ ପାର୍କକୁ ଉଦଘାଟନ କରିବା ସହ କାଳିବେଟିଠାରେ ଏକ ନୂତନ ଇଣ୍ଡଷ୍ଟ୍ରିଆଲ ପାର୍କ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ପେପସି, ନେସଲେ, ଇଣ୍ଡୋ ନିସିନ୍ ଏବଂ ଏହାର ସହଯୋଗୀ କମ୍ପାନିର ଉତ୍ପାଦନ ୟୁନିଟ୍ ଫୁଡ୍ ପାର୍କରେ ରହିବ। ସେହିପରି କାଳିବେଟିସ୍ଥିତ ଇଣ୍ଡଷ୍ଟ୍ରିଆଲ ପାର୍କରେ ଇପିଆଇସି, ମାସ ହୋଲ୍ଡିଂସ, ଇଣ୍ଡିଆନ ଷ୍ଟିଚେସ ଭଳି ପୋଷାକ ଉତ୍ପାଦନକାରୀ କମ୍ପାନୀ ଏବଂ ଅନ୍ୟାନ୍ୟ ପୋଷାକ ଉତ୍ପାଦନକାରୀ ସଂସ୍ଥା ରହିବ।

ଏହି ଇଣ୍ଡଷ୍ଟ୍ରିଆଲ ଭିତ୍ତିଭୂମିର ଅଗ୍ରଗତିରେ ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି କମ୍ପାନୀଗୁଡିକର ପ୍ରତିଷ୍ଠା ସରକାରଙ୍କ କଠିନ ପରିଶ୍ରମର ପ୍ରମାଣ। ଏହି କଂପାନିଗୁଡ଼ିକର ଆବିର୍ଭାବ ରାଜ୍ୟର ହଜାର ହଜାର ଯୁବକଯୁବତୀଙ୍କୁ ରୋଜଗାର ଯୋଗାଇବ। ଏହି ଅଞ୍ଚଳରେ ଶିଳ୍ପର ବିକାଶକୁ ସର୍ବଦା ସମର୍ଥନ କରିଥିବାରୁ ସେ ଖୋର୍ଦ୍ଧାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଖୁବଶୀଘ୍ର ଡେରାସ, କାଳିବେଟି ଓ ଭୁଇଁପୁରରେ ମହିଳାମାନଙ୍କୁ ନିଯୁକ୍ତିକ୍ଷମ କରିବା ପାଇଁ ତିନୋଟି ହଷ୍ଟେଲ ନିର୍ମାଣ ଆରମ୍ଭ ହେବ। ଅନ୍ୟମାନଙ୍କ ମଧ୍ୟରେ ୫-ଟି ଓ ନବୀନ୍ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ୍, ବରିଷ୍ଠ ଶିଳ୍ପ ନେତା ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।