ବିଦ୍ୟାଳୟ ପାଚିକାମାନଙ୍କ ପାରିଶ୍ରମିକ ଏଥର ୨୦୦୦: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ବିଦ୍ୟାଳୟ ପାଚିକାମାନଙ୍କ ପାରିଶ୍ରମିକ ୧୪୦୦ ଟଙ୍କାରୁ ୨୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପାଚିକା ଓ ସହାୟିକାମାନଙ୍କ କାର୍ଯ୍ୟକାଳ ମଧ୍ୟରେ ମୃତ୍ୟୁ ଘଟିଲେ ଅନୁକମ୍ପାମୂଳକ ସହାୟତା ମିଳିବ।

ମୃତ୍ୟୁ ଘଟିଲେ ୧ ଲକ୍ଷ ସହାୟତା

ଭୁବନେଶ୍ବର, ୧୭.୦୨.୨୦୨୪: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନାରେ ପାଚିକା ତଥା ସହାୟିକା ଭାବରେ କାମ କରୁଥିବା କର୍ମଚାରୀମାନଙ୍କ ପାରିଶ୍ରମିକ ରାଶିରେ ବୃଦ୍ଧି ଘୋଷଣା କରିଛନ୍ତି। ପାଚିକା ଓ ସହାୟିକା ମାନଙ୍କ ପାରିଶ୍ରମିକ ରାଶି ୧,୪୦୦ ଟଙ୍କାରୁ ୨,୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହା ଦ୍ୱାରା ରାଜ୍ୟର ମୋଟ ୫୫ ହଜାର ସ୍କୁଲରେ କାମ କରୁଥିବା ପାଚିକା ଓ ସହାୟିକା ଉପକୃତ ହେବେ। ଏଥି ପାଇଁ ରାଜ୍ୟ ସରକାର ବର୍ଷକୁ ୭୪ କୋଟି ଟଙ୍କା ଖର୍ଚ୍ଚ କରିବେ।

ଏହା ସହିତ ପାଚିକା ଏବଂ ସହାୟିକା ଯଦି ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ମୃତ୍ୟୁବରଣ କରନ୍ତି ତେବେ ସେମାନଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୧ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମଧ୍ୟ ପ୍ରଦାନ କରାଯିବ।

ଏହି ନିଷ୍ପତ୍ତି ଫଳରେ ରାଜ୍ୟର ୫୫ ହଜାର ବିଦ୍ୟାଳୟରେ କାମ କରୁଥିବା ୧ ଲକ୍ଷ ୧୦ ହଜାର ପାଚିକା ଓ ସହାୟିକା ଉପକୃତ ହେବେ। ଏହି ବର୍ଦ୍ଧିତ ପାରିଶ୍ରମିକ ପିଛିଲା ଭାବେ ଅକ୍ଟୋବର ୨୦୨୪ରୁ ଲାଗୁ ହେବ।