ଡଃ ତିରୁପତି ପାଣିଗ୍ରାହୀଙ୍କୁ ଓଡିଶା ବିବ୍ରାନ୍ତ ସମ୍ମାନ

ହାଇଟେକ ଗ୍ରୁପର ଅଧକ୍ଷ ଡଃ ତିରୁପତି ପାଣିଗ୍ରାହୀଙ୍କୁ ଇଣ୍ଡଷ୍ ଭେଲି ଟାଇମ୍ସ ତରଫରୁ ଓଡିଶା ବିବ୍ରାନ୍ତ ସମ୍ମାନରେ ସମ୍ବର୍ଦ୍ଧିତ କରା ଯାଇଛି।

ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆଣିଛନ୍ତି ଡଃ ତିରୁପତି

ଭୁବନେଶ୍ବର, ୧୯/୦୨/୨୦୨୪: ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆଣି ଓଡିଶା ରେ ଏକ ନବଜାଗରଣ ସୃଷ୍ଟିକରିଥିବା, ହାଇଟେକ ଗ୍ରୁପର ଅଧକ୍ଷ, ତଥା ପାରଳାଖେମୁଣ୍ଡିର ସୁଯଜ୍ଞ ସନ୍ତାନ ଡଃ ତିରୁପତି ପାଣିଗ୍ରାହୀଙ୍କୁ ସ୍ବସ୍ତି ଗ୍ରାଣ୍ଡ କନଭେନସନ ପ୍ରେକ୍ଷାଳୟରେ ଇଣ୍ଡଷ୍ ଭେଲି ଟାଇମ୍ସ ତରଫରୁ ଓଡିଶା ବିବ୍ରାନ୍ତ ସମ୍ମାନରେ ସମ୍ବର୍ଦ୍ଧିତ କରା ଯାଇଛି। ବିଶେଷ କରି ଓଡ଼ିଶାରେ ଡାକ୍ତରୀ ଶିକ୍ଷା ଏବଂ ପ୍ରତିଟି ଗରିବ ଲୋକମାନଙ୍କୁ ନିଶୁଲ୍କ ରୋଗୀସେବା ଯୋଗେଇଦେଇ ଓଡ଼ିଶାରେ ଏକ ସ୍ୱତନ୍ତ୍ର ଭୂମିକା ନିର୍ବାହ କରିଥିବାରୁ ଡଃ ତିରୁପତି ପାଣିଗ୍ରାହୀଙ୍କୁ ସମ୍ମାନିତ କରାଯାଇଛି। ଏହି ଉତ୍ସବରେ ମାନନୀୟ ମନ୍ତ୍ରୀ- ଜଙ୍ଗଲ ଓ ପଂଚାୟତରାଜ ବିଭାଗ ପ୍ରଦୀପ କୁମାର ଅମାତ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ , ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇ , ବିଶିଷ୍ଟ ଶିକ୍ଷାବିତ ଆର . ପି ଗୁପ୍ତା , ବରିଷ୍ଠ ପରିବେଶବିତ ପ୍ରଭାସ ମିଶ୍ର ଏବଂ ଉତ୍କଳ ଚାମ୍ବର ଅଫ କମର୍ସର ଡଃ ବ୍ରମହା ମିଶ୍ର ଏବଂ ପୂର୍ବତନ ସୂଚନା କମିଶନର ତଥା ବିଶିଷ୍ଟ ସମାଜ ସେବି ଜଗଦାନନ୍ଦ ଉପସ୍ଥିତ ରହି , ତିରୁପତି ପାଣିଗ୍ରାହୀଙ୍କର ଓଡିଶାକୁ ଏହି ସାମଗ୍ରିକ ଅବଦାନ ପାଇଁ ଭୁୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହିଭଳି କାର୍ଯ୍ୟ କରି ଓଡିଶାକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସୁ-ଉଚ୍ଚରେ ରଖନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି।