ରାହୁଲ ଗାନ୍ଧିଙ୍କୁ ସୁଲତାନପୁର ଜିଲ୍ଲା କୋର୍ଟରୁ ସମନ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁଲତାନପୁର ଜିଲ୍ଲା କୋର୍ଟରୁ ସମନ ଜାରି କରା ଯାଇଥିବାରୁ ଫେବୃଆରୀ ୨୦ ସକାଳେ ସେ କୋର୍ଟରେ ହାଜର ହେବାର ସୂଚନା ମିଳିଛି।

ଭାରତ ଯୋଡ ନ୍ୟାୟ ଯାତ୍ରା ହେବ ସ୍ଥଗିତ

ନୂଆଦିଲ୍ଲୀ, ୧୯/୦୨/୨୦୨୪: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆସନ୍ତା କାଲି ସ୍ଥଗିତ ରହିବ। ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ।

ଜୟରାମ କହିଛନ୍ତି, ବେଙ୍ଗାଲୁରୁରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ରାହୁଲଙ୍କ ବିରୋଧରେ ଅଗଷ୍ଟ ୪ ତାରିଖ ୨୦୧୮ ମସିହାରେ ବିଜେପି ନେତା ବିଜୟ ମିଶ୍ରଙ୍କ ଦ୍ୱାରା ମାମଲା ଦାୟର ହୋଇଥିଲା। ଏହି ମାନହାନୀ ମାମଲାରେ ଫେବୃଆରୀ ୨୦ରେ ସୁଲତାନପୁରର ସିଭିଲ କୋର୍ଟରେ ହାଜର ହେବାକୁ ସମନ ଜାରି କରାଯାଇଛି। ଫେବୃଆରୀ ୨୦ ତାରିଖ ସକାଳେ ସୁଲତାନପୁରର ଜିଲ୍ଲା ସିଭିଲ କୋର୍ଟରେ ହାଜର ହେବାକୁ ସମନ ଜାରି କରାଯାଇଛି। ତେଣୁ ଆସନ୍ତାକାଲି ସକାଳେ ଭାରତ ଯୋଡୋ ନ୍ୟାୟ ଯାତ୍ରା ବନ୍ଦ ହେବ ଏବଂ ଫେବ୍ରୁଆରି ୨୦ ତାରିଖ ଅପରାହ୍ନ ୨ଟାରେ ଆମେଥିର ଫରସତଗଞ୍ଜରୁ ପୁଣି ଆରମ୍ଭ ହେବ ବୋଲି ରମେଶ କହିଛନ୍ତି।