ସମସ୍ତଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଉଛି ‘ଲକ୍ଷ୍ମୀ’

ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ 'ଲକ୍ଷ୍ମୀ' ବସରେ ଯାତ୍ରା କରି ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ।

‘ଲକ୍ଷ୍ମୀ’ ବସରେ ଯାତ୍ରା କରି ସଠିକ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ ପରୀକ୍ଷାର୍ଥୀ

ବଲାଙ୍ଗୀର, ୨୦/୦୨/୨୦୨୪: ଘରେ ଘରେ ‘ଲକ୍ଷ୍ମୀ’ର ଉପସ୍ଥିତି। ଓଡ଼ିଶାର କୋଣ ଅନୁକୋଣରେ ସବୁରି ବର୍ଗ ପାଇଁ ‘ଲକ୍ଷ୍ମୀ’ର ଉପାଦେୟତା ବଢୁଛି। ‘ଲକ୍ଷ୍ମୀ’ ବସ ଯୋଗୁଁ ସଠିକ ସମୟରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚୁଛନ୍ତି ଲୋକେ। ଲୋକମାନଙ୍କୁ ସୁବିଧା ଯୋଗାଇବା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ‘ଲକ୍ଷ୍ମୀ’ ବସ। ‘ଲକ୍ଷ୍ମୀ’ ବସର ଏହି ସମୟାନୁବର୍ତ୍ତିତା ସେବା ପାଇଁ ସବୁରି ମହଲରେ ସାଧୁବାଦ ମିଳୁଛି।

ଆଜି ସେହିପରି ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇ ଏକ ଉଦାହରଣ ସୃଷ୍ଟି କରିଛି ‘ଲକ୍ଷ୍ମୀ’ ବସ। ବେଲପଡାର ପର୍ଲିମାଳ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ମାଟ୍ରିକ ପରୀକ୍ଷାର୍ଥୀ ‘ଲକ୍ଷ୍ମୀ’ ବସରେ ଯାତ୍ରା କରି ସଠିକ୍ ସମୟରେ ପରୀକ୍ଷା କେନ୍ଦ୍ର ଡିଆରଏମଏଚଏସରେ ପହଞ୍ଚି ପରୀକ୍ଷା ଦେଇ ପାରିଛନ୍ତି। ଛାତ୍ରଛାତ୍ରୀମାନେ ଯଥା ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାର ସମସ୍ତ ଶ୍ରେୟ ‘ଲକ୍ଷ୍ମୀ’ ବସର ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ପୂର୍ବରୁ କୌଣସି କାମରେ ଗମନାଗମନର ହେଉ କି ଛାତ୍ରଛାତ୍ରୀଙ୍କ ସ୍କୁଲ ଓ କଲେଜ ଯିବାରେ, ସ୍ଥାନୀୟ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ କରିବାକୁ ପଡୁଥିଲା। କିନ୍ତୁ ଆଜି ‘ଲକ୍ଷ୍ମୀ’ ବସ ଥିବାରୁ ଏହି ସବୁ ଅସୁବିଧାର ଆଉ ସାମନା କରିବାକୁ ପଡୁନାହିଁ। ନିର୍ଦ୍ଵନ୍ଦରେ ଓ ସଠିକ ସମୟରେ ସବୁରି ସ୍ଥାନକୁ ଲୋକମାନେ ଯିବା ଆସିବା କରି ପାରୁଛନ୍ତି।